ଜିଲ୍ଲାରେ କେବେ ବନ୍ଦ ହେବ ଶିଶୁ ଶ୍ରମିକ ରେକେଟ…
ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲାରେ ଶିଶୁ ଶ୍ରମିକଙ୍କ ଏକ ରେକେଟ ସକ୍ରିୟ ହୋଇଯାଇଛି |ଏବେ ୨ ସପ୍ତାହ ତଳେ ୧0ଜଣ ଶିଶୁ ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରିଥିଲା |ଏବେ ପୁଣି ଏମ ଭି -୮ ରେ ଏକ ଠିକା ସଂସ୍ଥା ଶିଶୁ ମାନଙ୍କୁ କମରେ ଲଗାଇଥିଲା |ଜିଲ୍ଲାର ସ୍କ୍ୱାଡ଼ ଯାଇ ସେଠାରୁ ୧0ଜଣ ଶିଶୁଙ୍କୁ ଉଦ୍ଧାର କରିଛନ୍ତି |ସେହି ଶିଶୁମାନେ ତୁମସାପାଲି ପଂଚାୟତର ବଡ଼ ତୁମସାପାଲି ଓ କରାସ୍ତାଗୁଡାର ବୋଲି ଜଣାପଡିଛି |ସେମାନଙ୍କୁ ଏବେ ସ୍ଵଧାର ଗୃହରେ ରଖାଯାଇଛି |ସି ଡବ୍ଲୁ ସି ଆଗରେ ଏମାନଙ୍କୁ ହାଜର କରିବା ପରେ ତାଙ୍କୁ ଛଡ଼ାଯିବ |ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପଚାରିବାରୁ ଏବେ ଲୋକଡାଉନ ଯୋଗୁଁ ବାହାରୁ ଆସିଥିବା ବହୁତ ଶ୍ରମିକ ଏବେ କେତେକ ଦଲାଲମାନଙ୍କ ହାବୁଡ଼ରେ ପଡି ଏଭଳି ଘଟୁଛି |ଏହାକୁ ବନ୍ଦ କରିବାକୁ ବିଭିନ୍ନ ସ୍କ୍ୱାଡ଼ ଗଢାଯାଇଛି |ଯେଉଁମାନେ ଶିଶୁଙ୍କୁ ଶ୍ରମିକ ଭାବେ ବ୍ୟବହାର କରୁଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି |