03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଲାରେ କରୋନା ଆକ୍ରାନ୍ତ ବଢିବାରେ ଲାଗିଛି

ମାଲକାନଗିରି (ସଖପ୍ର): ମାଲକାନଗିରି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲାରେ ଏବେ 47ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେଥିରୁ ୨୨ ଜଣ ସୁସ୍ଥ ହେଲେଣି । ଏବେ ଏକାଥରକେ ୨୧ ଜଣ ଆକ୍ରାନ୍ତ ବାହାରିବାରୁ ଲୋକଙ୍କ ମନରେ ଛନକା ପଶିଯାଇଛି । ୨୧ ଜଣ ମଧ୍ୟରୁ କରୁକୋଣ୍ଡା ବ୍ଲକର ତରଲାକୋଟା କ୍ଵାରେଂଟାଇନ ସେଣ୍ଟରରୁ ୧୯ ଜଣ ହୋଇଥିବାରୁ ସେହି ଅଂଚଳର ଲୋକେ ଭୟଭିତ ହୋଇଯାଇଛନ୍ତି । ପ୍ରଶାସନ ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧିବା ପାଇଁ ବୁଝାଇବାରେ ଲାଗିଛି । କେତେକ ଅବୁଝା ଲୋକଙ୍କୁ ଛାଡି ସବୁ ସରକାରଙ୍କ ନିୟମକୁ ମାନୁଛନ୍ତି । ତେଣୁ ଜିଲ୍ଲାକୁ ଏତେ ପରିମାଣରେ ପ୍ରବାସୀ ଶ୍ରମିକ ଆସିଲେ ମଧ୍ୟ ସେହି ଅନୁସାରେ ସଂକ୍ରମିତ ହେଉନାହାନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *