ଜିଲ୍ଲାରେ ଅମାନିଆଙ୍କଠୁ ଜୋରିମାନା ଆଦାୟ…
![](https://www.sabubargakhabar.in/wp-content/uploads/2020/06/IMG-20200621-WA0044.jpg)
ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲାରେ ଅନଲକ -୧ ହେବାପରେ ଜନସାଧାରଣ ଢିଲା ପଡିଯାଇଥିଲେ । ସରକାରଙ୍କ ନିୟମକୁ ପାଳୁନାହାଁନ୍ତି । ପୁଣି ଜିଲ୍ଲାପ୍ରଶାସନ ନିୟମକୁ କଡ଼ାକଡ଼ି କରିଛି । ଜିଲ୍ଲାର ମୁଖ୍ୟ ଛକରେ ରହି ଅମାନିଆମାନଙ୍କୁ ସାବାଡ କରୁଛି ଏବଂ ଜୋରିମାନା ଆଦାୟ କରୁଛି ଏବଂ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବାକୁ ସମସ୍ତଙ୍କୁ ବୁଝାଉଛି ପ୍ରଶାସନ । ଜିଲ୍ଲାର ବିଭିନ୍ନ ଅଂଚଳ ତଥା ବାଲିମେଳାର ଗୋପବନ୍ଧୁ ଛକ, ଗୋବିନ୍ଦପାଲିର ବାଲିମେଳା ଛକ, ମାଥିଲିର ସୁବାଷ ବୋଷ ଛକ ଆଦି ସ୍ଥାନରେ ପୋଲିସ ସହ ପ୍ରଶାସନିକ ଅଧିକାରୀ ରହି ଆମାନିଆଙ୍କୁ ସାବାଡ଼ କରୁଛି ।