ଜିଲ୍ଲାପାଳ ପିସି ନେଉଛନ୍ତି : ପୂର୍ବତନ ସାଂସଦ ପ୍ରଦୀପ ମାଝି
ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ପିସି କାରବାର ଅଭିଯୋଗ । ଜିଲ୍ଲାପାଳ ମନୀଷ ଅଗ୍ରୱାଲ ପିସି ନେଉଥିବା ସିଧାସଳଖ ଅଭିଯୋଗ ଆଣିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ।
ମାଲକାନଗିରି ଜିଲ୍ଲା କଂଗ୍ରେସ ଭବନରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ମନ୍ତବ୍ୟ ରଖିବା ସହ ଏହାର ଠୋସ ପ୍ରମାଣ ରହିଥିବା କହିଛନ୍ତି ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଜିଲ୍ଲାପାଳ ପିସି ନେଉଥିବା ବିଷୟର ସରକାର ସମ୍ପୂର୍ଣ୍ଣ ରୂପେ ଜାଣିଛନ୍ତି । ଯଥାଶୀଘ୍ର ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ଆଗାମୀ ୧୦ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହିତ ବିରାଟ ଆନ୍ଦୋଳନ ର ଚେତାବନୀ ଦେଲା ଜିଲ୍ଲା କଂଗ୍ରେସ ।ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ଓ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।
ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ