ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ବଣ୍ଡା ଘାଟି ଗସ୍ତକରି ବିକାଶର ସମୀକ୍ଷା କଲେ
ମାଲକାନଗିରି(ସଖପ୍ର):ଆଜି ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ପ୍ରଥମ କରି ବଣ୍ଡା ଘାଟି ଗସ୍ତ କରିଛନ୍ତି । ମାଲକାନଗିରି ଜିଲ୍ଲାପାଳ ଶ୍ରୀ ସିଂ ଙ୍କ ସହ ମାଲକାନଗିରି ଆରକ୍ଷୀ ଅଧିକ୍ଷକ ଡି ରିଷିକେଶ ଖିଲାରି ଜିଲ୍ଲାର ଆଦିମ ଜନଜାତି ରହୁଥିବା ବଣ୍ଡାଘାଟି ଗସ୍ତ କରିଛନ୍ତି । କରୋନାର ପ୍ରଥମ ଲହରରେ ବଣ୍ଡା ଘାଟିରେ କରୋନା ମହାମାରି ଛୁଇଁ ପାରି ନଥିଲା କିନ୍ତୁ ଦ୍ୱିତୀୟ ଲହରିରେ ଅନେକ ବଣ୍ଡା ଜନଜାତିର ଲୋକ କରୋନା ଆକ୍ରାନ୍ତ ହୋଇଥିଲେ । ବର୍ତମାନ ମଧ୍ୟ ସେହି ଅଞ୍ଚଳରେ କରୋନା ନିୟମ କିଭଳି ଭାବେ ପାଳନ ହେଉଛି ଓ ସେହି ଅଞ୍ଚଳର ଲୋକଙ୍କ ସମସ୍ୟା ସମ୍ବନ୍ଧରେ ସ୍ଥିତି ପରଖିବାକୁ ପହଁଚିଥିଲେ । ଏତଦ୍ ବ୍ୟତିତ ମାଲକାନଗିରିରୁ ବଣ୍ଡା ଘାଟିକୁ ଏକ ସରକାରୀ ବସ୍ ସେବା ଯୋଗାଇବା ସହ ଓ ମୁଦୁଲିପଡାରେ ଏକ ସାପ୍ତାହିକ ହାଟ ପାଇଁ ବ୍ୟବସ୍ଥା କରିବାକୁ ବଣ୍ଡାଘାଟିବାସୀ ଅନୁରୋଧ କରିଥିଲେ । ଏହାକୁ ଖୁବ୍ ଶିଘ୍ର ପୁରଣ କରାଯିବ ବୋଲି ଜିଲ୍ଲାପାଳ ଓ ଏସ.ପି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଗସ୍ତ ସମୟରେ ଜିଲ୍ଲାପାଳ ଓ ଏସ.ପି ଖଇରପୁଟ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଗସ୍ତ କରି ବିଦ୍ୟାଳୟର କିଭଳି ରୂପେ ଉନ୍ନତି କରଣ କରାଯାଇ ପାରିବ ସେ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଂଶୀଧର କରଙ୍କ ସହ ଆଲୋଚନା କରିଥିଲେ । ଏହି ଗସ୍ତରେ ଜିଲ୍ଲାପାଳଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ |
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ