ଜିଲ୍ଲାପାଳଙ୍କ ସହାୟକଙ୍କ ମୃତ୍ୟୁର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀକଲେ :ପ୍ରଦୀପ
ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଶ୍ରୀ ଦେବ ନାରାୟଣ ପଣ୍ଡା କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ସାରା ଜିଲ୍ଲାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି |ସେ ଅତି ମିଷ୍ଟଭାଷୀ ମଣିଷ ଥିଲେ |ତାଙ୍କର କିଛି ବି ଖରାପ ଅଭ୍ୟାସ ନଥିଲା |
କିନ୍ତୁ ସେ ଏପରି ଚରମ ନିଷ୍ପତି ନେବା ପଛରେ କାରଣ କଣ ଥାଇପାରେ |କେହି କେହି କହୁଛନ୍ତି ତାଙ୍କ ଉପରେ କାମର ଚାପ ଅଧିକ ଥିଲା, କିଏ କହୁଛନ୍ତି ଯେ ତାଙ୍କୁ ଏକସପ୍ଲାନେସନ ମଗାଯାଇଥିଲା |ପୂର୍ବତନ ସାଂସଦ ଶ୍ରୀ ପ୍ରଦୀପ ମାଝୀଙ୍କ ପ୍ରଶ୍ନ ହେଲା ତାଙ୍କୁ ଫୋନ ଟିଏ ଆସିଥିଲା, ତାପରେ ସେ ଘରୁ ମିଟିଙ୍ଗ ଅଛି କହି ଘରୁ ବାହାରିଥିଲେ |ଘରୁ ବାହାରି ସେ ଅଫିସକୁ ଯାଇନଥିଲେ |ସେ ସତିଗୁଡା ଡ୍ୟାମ ବ୍ରିଜ ରେ ପ୍ରାୟ ୨ ଘଣ୍ଟା ପାଖାପାଖି ବସିଥିବା ସେ ପାଖରେ ରହୁଥିବା ଲୋକମାନେ ଦେଖିଥିବା କହିଛନ୍ତି |ତା ପରେ କେତେବେଳେ ସେ ଏପରି ନିଷ୍ପତ୍ତି ନେଇଛନ୍ତି|ତାଙ୍କ ଉପରେ କିଏ ଚାପ ସୃଷ୍ଟି କରୁଥିଲା? ତାଙ୍କୁ କିଏ ଫୋନ କରିଥିଲା? ତାଙ୍କୁ କିଏ ଏକସପ୍ଲାନେସନ ମାଗିଥିଲା ଓ କଣ ପାଇଁ? ଏପରି ବିଭିନ୍ନ ପ୍ରଶ୍ନ ର ଉତ୍ତର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ହିଁ ଲୋକଲୋଚନକୁ ଆସିପାରିବ ବୋଲି ସେ କହିଛନ୍ତି |ଦେଖିବାକୁ ବାକିରହିଲା କେବେ ତଦନ୍ତ ରିପୋର୍ଟ ମିଳିବ ଓ ସେଥିରେ କଣ ବାହାରିବ |
ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ (ସଖପ୍ର )