02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଲାପାଳଙ୍କ ଟିକିରି ଓଷାପଡା ହସ୍ପିଟାଲସ୍ଥିତ କୋଭିଡ କେୟାର ସେଣ୍ଟର ପରିଦର୍ଶନ

ରାୟଗଡ଼ା:-ତା ୨୦/୭-ରାୟଗଡ଼ା ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଆଜି କାଶିପୁର ବ୍ଳକ ଅନ୍ତର୍ଗତ ଟିକିରି ଠାରେ ଅବସ୍ଥିତ ଉତ୍କଳ ଆଳୁମିନିୟମ କମ୍ପାନୀ ଆନୁକୂଲ୍ୟରେ କାର୍ୟ୍ଯକାରୀ ହେବାକୁ ଥିବା କୋଭିଡ଼ କେୟାର ସେଣ୍ଟର ପରିଦର୍ଶନ କରିଛନ୍ତି।
ଏହି କମ୍ପାନୀ ତରଫରୁ ସ୍ବାସ୍ଥ୍ୟ କେନ୍ଦ୍ରଟି ପ୍ରାୟ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଆସିଲାଣି । ଇତିମଧ୍ୟରେ ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଧେଶ ଅନୁଯାୟୀ ପ୍ରତ୍ୟେକ ଶିଳ୍ପ ସଂସ୍ଥା, ଜିଲ୍ଲା ପୋଲିସ,ଅର୍ଦ୍ଧ ସାମରିକ ବହିନୀ, ରେଲ୍ଵବାଇ, ବଡ଼ବଡ଼ ଶିକ୍ଷଣୀୟ ସଂସ୍ଥା ମାନେ ସେମାନଙ୍କ କର୍ମଚାରୀ ମାନଙ୍କ ଚିକିତ୍ସା ନିମନ୍ତେ ସ୍ଵତନ୍ତ୍ର ଗୋଟିଏ ଲେଖାଏଁ କୋଭିଡି କ୍ୟାର ସେଣ୍ଟର ଖୋଲି ଚିକିତ୍ସା ସୁବିଧା ଯୋଗାଇବେ।
ତେଣୁ ଉତ୍କଳ ହସ୍ପିଟାଲକୁ କୋଭିଡ କେୟାର ସେଣ୍ଟରରେ ପରିଣତ କରିବା ନିମନ୍ତେ ସମ୍ଭାବ୍ୟ ବ୍ୟବସ୍ତା ଓ ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ରାୟଗଡା ଜିଲ୍ଲାର ଜିଲ୍ଲାପାଳ ଶ୍ରୀ ବେହେରା ଆଜି ଓଷାପଡା ଉତ୍କଳ ହସ୍ପିଟାଲ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ କାର୍ଯକ୍ରମରେ ସଭାପତି ତଥା ୟୁନିଟ ହେଡ ଉତ୍କଳ ଆଲୁମିନା ଶ୍ରୀ ଏନ. ନାଗେଶ ଯୋଗ ଦେଇଥିଲେ । କୋଭିଡ କେୟାର ସେଣ୍ଟର ନିମନ୍ତେ ଉତ୍କଳ ହସ୍ପିଟାଲର ପ୍ରସ୍ତୁତି ଜାଣିବା ପାଇଁ ଜିଲ୍ଲାପାଳ ହସ୍ପିଟାଲର ମୁଖ୍ୟ ସ୍ୱାସ୍ଥ୍ୟ ପଦାଧିକାରୀ ଓ ଅନ୍ୟାନ୍ୟ ଡାକ୍ତର ତଥା କର୍ମଚାରୀ ମାନଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ତାଙ୍କ ପରିଦର୍ଶନ ସମୟରେ ଜ୍ୱର କ୍ଲିନିକ, ଆଇ. ସି. ୟୁ., ଓ.ଟି, କ୍ୱାରନ୍ଟାଇନ ୱାର୍ଡ, ବୁଲି ଦେଖିଥିଲେ ।
ଏହି ସମୟରେ ସେ କେନ୍ଦ୍ରୀୟ ଅମ୍ଳଜାନ ବ୍ୟବସ୍ଥା ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ । ସେ ମଧ୍ୟ ଉତ୍କଳ ହସ୍ପିଟାଲର ଭେଣ୍ଟିଲେଟର ତଥା ରେସ୍ପିରେଟର ବ୍ୟବସ୍ଥା ଦେଖିଥିଲେ । ଜିଲ୍ଳାପାଳଙ୍କ ସହିତ ବିଡ଼ିଓ କାଶୀପୁର,ତହସିଲଦାର କାଶୀପୁର ଯୋଗଦେଇଥିଲେ ।
ଅନ୍ୟ ପକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ଓ ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ରାୟଗଡା ପୌରପରିଷଦ ଅଞ୍ଚଳରେ ଏଵଂ ଜେକେପୁର ଜେକେ କାଗଜକଳ ଶିଳ୍ପାଞ୍ଚଳରେ ହେବାକୁ ଥିବା ପ୍ରସ୍ତାବିତ ୨୦ ଶଯ୍ୟା ଵିଶିଷ୍ଟ କୋଭିଡ଼ କ୍ୟାୟର ସେଣ୍ଟର ପରିଦର୍ଶନ କରିଥିଲେ । ପୌରାଞ୍ଚଳରେ ରାୟଗଡା ପୌରପରିଷଦର ରୋଗୀ ଏଠାରେ ରହି ଚିକିତ୍ସିତ ହେବେ । ସେହିପରି ଜେକେ କାଗଜକଳ ଶିଳ୍ପ ସଂସ୍ଥାର ନିଜ କର୍ମଚାରୀ କମ୍ପାନୀ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେବେ ।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *