12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଫଳକରେ ଭୁଲ


ମାଲକାନଗିରି (ସଖପ୍ର): ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ଷ୍ଟେଟ୍ ବ୍ଯାଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ଏକ ଦୀର୍ଘ ଫଳକରେ ବଡ ବଡ ଇଂରାଜୀ ଅକ୍ଷରରେ ଲେଖାଯାଇଛି, MALKANAGIRI(ମାଲକାନାଗିରି) ଏହା ଅଶୁଦ୍ଧ ଅଟେ ,ପ୍ରକୃତରେ ଶୁଦ୍ଧ ଭାବରେ MALKANGIRI (ମାଲକାନଗିରି) ଲେଖାହେବା ଉଚିତ। ସାଧାରଣତଃ ମାଲକାନଗିରି ଜିଲ୍ଲାକୁ ଅଣଓଡିଆ ଜିଲ୍ଲାପାଳମାନେ ପ୍ରଥମ ନିଯୁକ୍ତି ହୋଇ ଆସିଥାନ୍ତି । ହେଲେ ଓଡିଆ ଜ୍ଞାନ ସିନା କମ ଥିବ,କିନ୍ତୁ ଇଂରାଜୀ ଜ୍ଞାନ ତ ଠିକ୍ ଥିବ । MALKANGIRIକୁ MALKANAGIRI ଲେଖିବା ଶିକ୍ଷିତ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଜିଲ୍ଲାପାଳଙ୍କୁ ଏହି ଭୁଲ କହିବ କିଏ ? ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ କିରାଣୀ ଠାରୁ ଆରମ୍ଭ କରି ଅତିରିକ୍ତ ଜିଲ୍ଲାପାଳ, ସହକାରୀ ଜିଲ୍ଲାପାଳ, ଅନ୍ଯାନ୍ଯ ବଡ ବଡ ଅଧିକାରୀମାନେ ଦୈନିକ କାର୍ଯ୍ଯାଳୟକୁ ପ୍ରବେଶ କରନ୍ତି । ତେବେ ଏ ଭଳି ତୃଟିକୁ ସଂଶୋଧନ କରିବା ବିଧେୟ । ଜିଲ୍ଲାର ନାମକୁ ଅପଭ୍ରଂଶ କରି ଲେଖିଲେ ଉଚ୍ଚାରଣ ମଧ୍ଯ କାଳକ୍ରମେ ଅପଭ୍ରଂଶ ହେବ । ପୂର୍ବରୁ ଇଂରେଜମାନେ ଓଡିଶାର ବହୁତ ନାମକୁ ଇଂରାଜୀରେ ଅଶୁଦ୍ଧ ଲେଖିଥିବାରୁ ବର୍ତ୍ତମାନ ମଧ୍ଯ ଉକ୍ତ ନାମଗୁଡିକ ସଂଶୋଧନ ହୋଇ ପାରୁନି । ଏବେ ଆମ ଦେଶୀ ଇଂରାଜୀ ପାଠୁଆ ବାବୁମାନେ ଯଦି ଏମିତି ଭୁଲ କରି ବସିବେ ସାଧାରଣ ଲୋକ କଣ ନ କରିବେ ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *