ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ
ନବରଙ୍ଗପୁର୨୦ /୦୪(ସଖପ୍ର): ନବରଙ୍ଗପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ ମାନଙ୍କ ସହିତ ଏକ ସମୀକ୍ଷା ବୈଠକ ନବରଙ୍ଗପୁର ଜିଲ୍ଲାପାଳ ଡକ୍ତର ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ନବରଙ୍ଗପୁର ଜିଲ୍ଲାରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଓ ବିକାଶମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ବ୍ଲକ ୱାରୀ ସମୀକ୍ଷା କରାଯାଇଥିଲା। ଏହି ବୈଠକରେ ବିଶେଷ କରି, ଜିଲ୍ଲାରେ ହୁ ହୁ ହୋଇ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ କିଭଳି ଲୋକଙ୍କୁ ସଚେତନ କରି ତାହାର ମୁକାବିଲା କରାଯାଇ ପାରିବ, ସେ ସମ୍ପର୍କରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା । ଏଥି ନିମନ୍ତେ ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ଆବଶ୍ୟକୀୟ ଅସ୍ଥାୟୀ ସ୍ୱାସ୍ଥ କେନ୍ଦ୍ରର ଆନୁସଙ୍ଗିକ ସୁବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଜିଲ୍ଲାରେ କରୋନା ଦ୍ୱାରା ସଂକ୍ରମିତ ହୋଇ ସଂଘରୋଧ ରେ ରହି ଚିକିତ୍ସିତ ହେଉଥିବା ବ୍ୟକ୍ତି ବିଶେଷଙ୍କୁ ଆନୁଷଙ୍ଗିକ ସ୍ୱାସ୍ଥ ସୁବିଧା ଯୋଗାଇ ଦେବା ସହିତ ତାଙ୍କ ସହିତ ସ୍ୱାସ୍ଥ ସେବା କର୍ମଚାରୀ ନିରନ୍ତର ଯୋଗାଯୋଗ ରେ ରହିବା ପାଇଁ ଜିଲ୍ଲା ଚିକିତ୍ସା ଅଧିକାରୀ ଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଗ୍ରୀଷ୍ମପ୍ରବାହ କୁ ଦୃଷ୍ଟିରେ ରଖି ଅଚଳ ନଳକୂପ ଗୁଡିକ ଯୁଦ୍ଧକାଳିନ ଭିତ୍ତିରେ ମରାମତି କରିବା ସହିତ ଲୋକଙ୍କୁ ପାନୀୟ ଜଳର ସୁବିଧା ଯୋଗାଇ ଦେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ବୈଠକରେ ନୋଡାଲ ଅଧିକାରୀ, ପିଡି ଡିଆରଡିଏ ରମାକାନ୍ତ ନାୟକ, ଉପ ଜିଲ୍ଲାପାଳ ଭାସ୍କର ରୋଇତ, ଏପିଡ଼ି ଡିଆରଡିଏ (ଏଡିଏମଏନ )
ଶ୍ରୀ ରତ୍ନାକର ସାହୁ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ମୌସୁମୀ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ, ପବିତ୍ର ମୋହନ ପ୍ରଧାନ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଶିଶିର କୁମାର ପାଣି, ଜିଲ୍ଲା ଶ୍ରମ ଅଧିକାରୀ, ନରେନ୍ଦ୍ର କୁମାର ଗାଇପାଇ, ଜିଲ୍ଲା ନିୟୋଜନ ଅଧିକାରୀ, ତତ୍ତ୍ୱମସି ମହାପାତ୍ରଙ୍କ ବ୍ୟତୀତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଚୌଧୁରୀ ଶୋଭାରାଣୀ ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ, ଚନ୍ଦ୍ରଶେଖର ପାଣିଗ୍ରାହୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଞ୍ଚାନନ ପଣ୍ଡା, ଜିଲ୍ଲା ଯୋଗାଣ ଅଧିକାରୀ, ସଂଜୀବ କୁମାର ସାହୁ, ନିର୍ବାହୀ ଯନ୍ତ୍ରୀ, ରାସ୍ତା ଓ ଗୃହ ନିର୍ମାଣ, ପ୍ରଫୁଲ୍ଲ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ନିର୍ମାଣ ବିଭାଗ, ସୁଦାମ ଚରଣ ମହାପାତ୍ର, ନିର୍ବାହି ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ, ସୁରେଶ ଚନ୍ଦ୍ର ପ୍ରଧାନ, ଜେନେରାଲ ମ୍ୟାନଜେର, ଜିଲ୍ଲା ଲୋକସମ୍ପର୍କ ସୂଚନା ଅଧିକାରୀ, ହଳଧର ନିହାଲ, ଜିଲ୍ଲା ଶିଳ୍ପ କେନ୍ଦ୍ର, ଏ ବାଣେଶ୍ୱର ରାଓ ସୁବୁଦ୍ଧିଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ ।
ପ୍ରତିନିଧି ସୀମଦ୍ରି ଶ୍ରୀନିବାସ ରାଓ