ଜିଲ୍ଲାପାଳଙ୍କୁ ଚେକ ପ୍ରଦାନ କଲେ ଶିକ୍ଷକ ଓ ଶିକ୍ଷୟତ୍ରୀ
ମାଲକାନଗିରି (ସ.ଖ.ପ୍ର ):ଜିଲ୍ଲାରେ ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ତରଫରୁ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଏକ ଚେକ ପ୍ରଦାନ କରାଯାଇଛି |ଏକ ପ୍ରତିନିଧି ମଣ୍ଡଳ ଜିଲ୍ଲାପାଳଙ୍କ ପ୍ରକୋଷ୍ଠକୁ ଯାଇ ୧, ୨୧, ୧ ୨୧ ଟଙ୍କାର ଚେକ ଦେଇଥିଲେ |ଏହି ପ୍ରତିନିଧି ମଣ୍ଡଳୀରେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦୀପ୍ତ କୁମାର ପଣ୍ଡା, ଗୋବିନ୍ଦପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଚୈତନ୍ୟ ନାଲି ଓ ସଙ୍ଘ ସଭାପତି ଥିଲେ |ଏହି ଅନୁଦାନକୁ କୋଭିଡ -୧୯ ଯୁଦ୍ଧରେ ବ୍ୟବହାର କରାଯିବ ବୋଲି ଜିଲ୍ଲାପାଳ ଜଣାଇଥିଲେ |