01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଲାପାଳଙ୍କୁ ଆକ୍ଷେପ କରି ଅଫିସ କାନ୍ଥରେ ଲେଖିଲେ ଦୁର୍ବୃତ୍ତ

ମାଲକାନଗିରି :ମାଲକାନଗିରି ଜିଲ୍ଲାପାଳଙ୍କୁ ତାଙ୍କର ସହାୟକଙ୍କ ମୃତ୍ୟୁ ପାଇଁ ଦାଈ, ସେ ଜଣେ ଚୋର ଓ ସେ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଆଦି ଲେଖା ମାନ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କାନ୍ଥ ରେ ଲେଖାଯାଇଥିଲା |ସକାଳୁ ମାଲକାନଗିରିବସି ଦେଖିଲା ପରେ ଖବର ପାଇ କାର୍ଯ୍ୟାଳୟର କର୍ମଚାରୀ ତାହାକୁ ଲିଭାଇଥିଲେ |ସୂଚନା ଥାଉକି, ଜିଲ୍ଲାପାଳ ଙ୍କ ସହାୟକ ସ୍ବର୍ଗତ ଦେବ ନାରାୟଣ ପଣ୍ଡା ଙ୍କ ମୃତ ଦେହ ସତିଗୁଡା ଜଳଭଣ୍ଡାର ପାଖରେ ମିଳିଥିଲା |ତାଙ୍କର ମୃତ୍ୟୁ ରହସ୍ୟମୟ ହୋଇ ରହିଛି |ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ଯେ ସେ ଅତ୍ୟଧିକ ମାନସିକ ଚାପରେ ଥିଲେ ଓ କିଏ ତାଙ୍କୁ ଚାପ ପକାଉଥିଲେ |ପୂର୍ବତନ ସାଂସଦ ଶ୍ରୀ ପ୍ରଦୀପ ମାଝୀ ଜିଲ୍ଲାପାଳ ସବୁ କାର୍ଯ୍ୟରେ ପିସି ଖାଉଛନ୍ତି ବୋଲି ଅଭିଯୋଗ କରିଥିଲେ |ଏ ସବୁ ଘଟଣାକୁ ନେଇ କେଉଁ ଦୁର୍ବୁତ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କାଂଥରେ ଏପରି ସବୁ ଲେଖିଛି |ପୋଲିସ ତଦନ୍ତ ସବୁ ଦିଗରୁ ଚାଲିଛି ଯିଏ ଦୋଷୀ ନିଶ୍ଚିତ ଦଣ୍ଡ ପାଇବବୋଲି ପୋଲିସ ତରଫରୁ କୁହାଯାଇଛି |

ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ (ସଖପ୍ର)

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *