ଜାମୁଣ୍ଡା ପଞ୍ଚାୟତ କର୍ତ୍ତୃପକ୍ଷ ବଡପଡା ଗ୍ରାମକୁ ସାନିଟାଇଜ ନ କରିବାରୁ ଯୁବକସଂଘ ନିଜେ କଲା
କୋରାପୁଟଜିଲ୍ଲା/ଜୟପୁର: ଏବେ ଭାରତରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ରାଜ୍ୟର ବିଭିନ୍ନ ସହର ସାନିଟାଇଜ କରାଯାଇଛି। ସହର ଗୁଡ଼ିକ ସମ୍ପୁର୍ଣ୍ଣ ବିଶୋଧନ କରୁଥିବା ବେଳେ ଗାଁ ଗୁଡିକୁ ଭୁଲି ଯାଇଛି ପ୍ରଶାସନ। ଏଭଳି ସ୍ଥିତିରେ ଏକ ନିଆରା ପଦକ୍ଷେପ ନେଇଛନ୍ତି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଜାମୁଣ୍ଡା ପଞ୍ଚାୟତ ବଡପଡା ଗ୍ରାମର ଶ୍ରୀ ଝାଡେଶ୍ଵର ଯୁବକ ସଂଘ। ନିଜ ପରିଶ୍ରମରେ ଗାଁର ରାସ୍ତାଘାଟ ସାନିଟାଇଜ କରିବା ସହ ଘରଘର ବୁଲି ଲୋକମାନଙ୍କୁ ସଚେତନ କରାଉଛନ୍ତି। କିଛି ବର୍ଷ ପୂର୍ବରୁ ଏହି ବଡପଡା ଗ୍ରାମର ଯୁବକମାନଙ୍କ ମିଳିତ ସହଯୋଗରେ ଶ୍ରୀ ଝାଡେଶ୍ୱର ଯୁବକ ସଂଘ ଗଠନ ହୋଇଥିଲା। ସଂଘର ପ୍ରତ୍ୟେକ ସଦସ୍ୟ ପ୍ରତିମାସ କିଛି କିଛି ଟଙ୍କା ସଂଘ ପାଇଁ ସଞ୍ଚୟ କରୁଥିଲେ । ଏବେ କରୋନା ମହାମାରୀର ମୁକାବିଲା ପାଇଁ ସେହି ସଞ୍ଚୟ କରିଥିବା ଟଙ୍କାରେ ଡାକ୍ତରଙ୍କ ପରାମର୍ଶ ନେଇ ବିଭିନ୍ନ ଔଷଧ କିଣିଆଣି ଗ୍ରାମକୁ ସାନିଟାଇଜ କରିଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାର କରୋନା ମହାମାରୀର ମୁକାବିଲା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗ୍ରାମାଞ୍ଚଳରେ ଏହି ସରକାରୀ ସହାୟତା ପହଞ୍ଚିପାରି ନ ଥିବା ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି। ପ୍ରତି ପଞ୍ଚାୟତକୁ ଲକ୍ଷ ଲକ୍ଷ ଟଙ୍କା ସରକାରଙ୍କ ତରଫରୁ ଆସିଥିବା ବେଳେ ଜାମୁଣ୍ଡାକୁ କିପରି ଟଙ୍କା ଆସିନାହିଁ ତହା ବଡପଡା ଗ୍ରାମବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିଜ ସଞ୍ଚୟ ପାଣ୍ଠିରୁ ସାନିଟାଇଜ ପାଇଁ ଟଙ୍କା ଖର୍ଚ୍ଚ କରି ବଡପଡା ଗ୍ରାମର ଶ୍ରୀ ଝାଡେଶ୍ୱର ଯୁବକ ସଂଘର ସଦସ୍ୟମାନେ ସାଧାରଣରେ ପ୍ରଶଂସିତ ହୋଇ ପାରିବା ସହ ଗ୍ରାମାଞ୍ଚଳର ଅନ୍ୟ ସଂଘଗୁଡିକ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।
ଜୟପୁର ପ୍ରତିନିଧି ଅମିତ କୁମାର ହୋତା