12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା

କୋରାପୁଟଜିଲ୍ଲା (ସଖପ୍ର):କୋରାପୁଟ ଜିଲ୍ଲା ଦେଇ ରାଜପଥ -୨୬ ଯାଇଛି । କୋରାପୁଟରୁ ଜୟପୁର ଯିବା ରାସ୍ତା କଥା ନ କହିବା ଭଲ । ପ୍ରାୟ ୨ ବର୍ଷ ହେବ କାମ ଚାଲିଛି କିନ୍ତୁ ଏବେ ଯାଏଁ ସରିନାହିଁ । ଜୟପୁର ନିକଟସ୍ଥ ବରଣୀପୁଟ ପାଖରେ ପ୍ରାୟ ୨ କିଲୋମିଟର ରାସ୍ତା ହୋଇନାହିଁ । ଲୋକେ ଖରାଦିନେ ଧୂଳି ଖାଉଥିଲେ, ଏବେ ବର୍ଷାଦିନେ ସେହି ମଧ୍ୟଦେଇ ଯିବା ଆସିବା କଷ୍ଟକର ହୋଇପଡିଛି, ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି । ଯଥାଶୀଘ୍ର ଏହି ରାସ୍ତାକାମ ସାରିବାକୁ ସାଧାରଣରେ ଦାବି ହେଉଛି । ସୂଚନାଥାଉକି ଜୟପୁରରୁ ବୋରିଗୁମ୍ମା ଯିବା ରାସ୍ତା ମଧ୍ୟ ଅତି ଶୋଚନୀୟ ହୋଇପଡିଛି । ଏହାକୁ ନେଇ ଜାତୀୟ ରାଜପଥ କତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନଙ୍କୁ ଜୟପୁର ବୁଦ୍ଧିଜୀବୀମାନଙ୍କ ତରଫରୁ ବାରମ୍ବାର ଲିଖିତ ଆକାରରେ ଜଣାଯାଇଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ସୁଫଳ ମିଳିନାହିଁ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *