ଜାତୀୟ ରାଜପଥ ପାଲଟିଛି ଗାଡ଼ିଆ…

ମାଲକାନଗିରି (ସ.ଖ.ପ୍ର ):ମାଲକାନଗିରି ରୁ କାଲିମେଳା ଜାତୀୟ ରାଜପଥକୁ ମୋଟୁ, ପଡିଆ ସମେତ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ ସହ ସଂଯୋଗ କରାଯାଇଛି |ଏହା ପୂର୍ବରୁ ୨୫ ନମ୍ବର ରାଜ୍ୟ ରାଜପଥ ଥିଲା |ଏବେ ଏହା ୩୨୬ ନମ୍ବର ଜାତୀୟ ରାଜପଥର ମାନ୍ୟତା ପାଇବା ପରେ ବିଭାଗ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ, ନିର୍ମାଣ ଓ ମରାମତି କରାଯିବା କଥା, କିନ୍ତୁ ତାହା ହୋଇ ପାରୁ ନାହିଁ |ଏମ ପି ଭି -07ରୁ ଏମ ପି ଭି -64ରାସ୍ତା ମଧ୍ୟରେ ବିଭିନ୍ନ ସ୍ଥାନରୁ ପିଚୁ ଉଠିଯାଇଛି |ତାହା ଛୋଟ ଛୋଟ ଗାଡ଼ିଆ ଭଳି ଦେଖାଯାଉଛି|କେତେଜଣ ଲୋକ ଏଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ |ଏହାକୁ ନେଇ ଜିଲ୍ଲା ପରିଷଦ ସଭ୍ୟା ପ୍ରମିଳା ଦାସ କନିଷ୍ଠଯନ୍ତ୍ରୀ ମନୋଜ କୁମାର ସାହୁଙ୍କୁ ପଚାରିବାରୁ ଏହାକୁ ନେଇ62କିଲୋମିଟର ରାସ୍ତା ପାଇଁ 27 କୋଟି 42ଲକ୍ଷର ଟେଣ୍ଡର ହୋଇଥିଲା |ଏବେ କରୋନା ପାଇଁ ଠିକାଦାର କାମ କରିପାରୁନାହାନ୍ତି |ଅକ୍ଟୋବରରୁ ସେ କାମ ଆରମ୍ଭ କରିବ |ଏବେ ଯେଉଁଠି ରାସ୍ତା ଖରାପ ଅଛି ତାହା ମରାମତି କରାଯିବ |ଦେଖିବାକୁ ବାକିରହିଲା କେବେ ଲୋକଙ୍କ ଦୁଃଖ ଦୂର ହେବ |