ଜ଼ିଲ୍ଲା ସ୍ତରୀୟ ସରଗିଫୁଲ କାର୍ଯ୍ୟକ୍ରମ ଉଦଘାଟିତ

ରାୟଗଡା ଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ଜ଼ିଲ୍ଲା ସ୍ତରୀୟ ସରଗିଫୁଲ2019 କାର୍ଯ୍ୟକ୍ରମ ରାୟଗଡା ସହର ଉପଖଣ୍ଡରେ ଅବସ୍ଥିତ ଏକଲବ୍ୟ ଆବାସିକ ବିଦ୍ୟାଳୟ ରର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଓ ତାହା ସହିତ ଆବାସିକ ହାଇ ସ୍କୁଲ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶନ କରା ଯାଇଥିବା ବିଜ୍ଞାନ ଷ୍ଟଲକୁ ବୁଲି ପରିଦର୍ଶନ କରିଥିଲେ ଓ ତାହା ସହିତ ସରଗିଫୁଲ ସମ୍ପର୍କିତ ଏକ ଅଡିଓ ସି ଡି ର ଶୁଭ ଉନ୍ମୋଚନ କରିଥିଲେ ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ସଭାପତିତ୍ବ କରିଥିଲେ ସମ୍ମାନିତ ଅତିଥି ରୂପେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ର ଉପଦେଷ୍ଟା ଶ୍ରୀ ସୁଧୀର ଦାସ ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ଯୋଗ ଦେଇ ମଞ୍ଚାସିନ ରହିଥିଲେ ଅତିଥି ବୃନ୍ଦ ସର୍ଗୀଫୁଲ ଗଛର ଦଳ ପତ୍ର ଫୁଲ ର ଉପକାରିତା ବିଷୟରେ ବୁଝାଇଥିଲେ ମନ୍ତ୍ରୀ ସରଗିଫୁଲ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ କହିଥିଲେ ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ସ୍କୁଲ ଟ 141ଗୋଟି ସ୍କୁଲ ରୁ 380ଜଣ ଛାତ୍ର 442ଜଣ ଛାତ୍ରୀ 182ଜଣ ଗାଇଡ ଶିକ୍ଷକ ଯୋଗ ଦେଇଥିଲେ ତାହା ସହିତ ଜ଼ିଲ୍ଲା ସ୍ତରୀୟ 43ଟି ଓ ମଣ୍ଡଳ ସ୍ତରୀୟ 16ଟି ଷ୍ଟଲ ରର ବିଜ୍ଞାନ ମେଳା ପ୍ରଦର୍ଶନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ନନ୍ଦଲାଲ ବିଶ୍ୱାଳ ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମ ଶେଷରେ ଜ଼ିଲ୍ଲା ସ୍କୁଲ ନିରୀକ୍ଷକ ଶ୍ରୀ ଶ୍ୟାମ ଘନ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ଛାତ୍ର ଛାତ୍ରୀ ଙ୍କ ପାଇଁ ବରିଷ୍ଠ ଓ କନିଷ୍ଠ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲୁରହିବ।