01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜ଼ିଲ୍ଲା ବିଜେଡି ପକ୍ଷରୁକାଳବୈଶାଖୀରେ ପୀଡିତ ପରିବାରଙ୍କୁ ରିଲିଫ ବଣ୍ଟନ

ରାୟଗଡା ଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜ଼ିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଷମକଟକ ବ୍ଲକର ଥୁଆପାଡି ଗ୍ରାମଞ୍ଚାୟତର ଘାଘୁଡି ପଦର୍ ଓ ଥୁଆପାଡି ଗ୍ରାମରେ ଗତକାଲି କାଳ ବୈଶାଖୀର ତାଣ୍ଡବରେ ଅନେକ ଘର ଓ ଧନ ଜୀବନ କ୍ଷତି ହୋଇଥିବା ଖବର ଶୁଣି ଆଜି ଲୋକଙ୍କ ପାଖରେ ଠିଆ ହେଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ତଥା ରାୟଗଡ଼ା ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ସୁଧୀର କୁମାର ଦାସ। ଖାଲି ସେତିକି ନୁହଁ ସାଥିରେ ଗାଡି ନେଇ ଗାଡ଼ିରେ ରିଲିଫ୍ ଧରି ନିଜେ ବାଣ୍ଟିଲେ ଓ ତହସିଲଦାର ଶ୍ରୀ ଶୁଭେନ୍ଦୁ ନାରାୟଣ ଜେନାଙ୍କ ସହ ଯୋଗାଯୋଗ କରି ସରକାରଙ୍କ ସୁବିଧା କିପରି ଅତି ଶୀଘ୍ର ମିଳିପାରିବ ଏହି ଉପରେ ପଦକ୍ଷେପ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ଶ୍ରୀ ଦେବୀ ପଟ୍ଟନାୟକ, ଶିବା ଡେସିଟ ଗୋପାଳ ପଟ୍ଟନାୟକ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରମେଶ ପାଲାକା, ସରପଞ୍ଚ ଦାସୁରୁ ଏବଂ ଅନ୍ୟାନ୍ୟ କର୍ମୀ ସମୂହ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ । ଏହି ଭଳି ମହତ୍ କାର୍ଯ୍ୟ ନିମନ୍ତେ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ପହଞ୍ଚି ଅଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *