ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବିଭିନ୍ନ କ୍ଷେତ୍ର ପରିଦର୍ଶନ

ରାୟଗଡା ୧୭/୦୭(ସଖପ୍ର): ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ରାୟଗଡା ଶ୍ରୀ ସୁଶାନ୍ତ କୁମାର ମଲ୍ଲିକଙ୍କ ଜିଲ୍ଲାର କୋଳନର , ରାମନାଗୁଡ଼ା ବ୍ଲକର ବିଭିନ୍ନ ପ୍ରାନ୍ତରେ ଚାଲିଥିବା କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରିଛନ୍ତି । କୋଳନରା ବ୍ଲକର କୁଲଟିଗୁଡା ସ୍ଥିତ କେନ୍ଦ୍ରୀୟ ଚାରା ଉତ୍ପାଦନ ପ୍ରଦର୍ଶନ କରିବା ସହ ଏହାର ସଦୁପଯୋଗ ନିମନ୍ତେ ଓରସିୟର କୃଷ୍ଣ ଚନ୍ଦ୍ର ସେନାପତିଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଗଦିଶେଷଖାଳ ଗ୍ରାମ ପଂଚାୟତ ଅନ୍ତର୍ଗତ ଭେଜା ଗ୍ରାମରେ ଚାଲିଥିବା କାଜୁବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ପରିଦର୍ଶନ କରିବା ସହ ଗଛ ସୁରକ୍ଷା ସମ୍ବନ୍ଧରେ ହିତାଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ କ୍ଷେତ୍ର ପରିଦର୍ଶନରେ ଯାଇ କଲ୍ଟିଗୁଡା ଗ୍ରାମରେ ଥିବା ମୃତ୍ତିକା ସଂରକ୍ଷଣ ବିଭାଗର କେନ୍ଦ୍ରୀୟ ଚାରା ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଥିଲେ । ଆନନ୍ଦପାଡୁ ଗ୍ରାମରେ ମନରେଗା ଯୋଜନାରେ ଚାଲିଥିବା କାଜୁ ବୃକ୍ଷରୋପଣ କାର୍ଯ୍ୟକୁ ଯାଇ ସେଠାରେ କାଜୁ ବୃକ୍ଷ ରୋପଣ କରିବା ସହ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ କାରୁବାଇ ଗ୍ରାମରେ ଶ୍ରୀ ଦଶାନୀ କାଣ୍ଡଗୋରିଙ୍କ କାଜୁଚାଷ ପାଇଁ ପ୍ରସ୍ତୁତ କ୍ଷେତ ଅନୁଧ୍ୟାନ କରିଥିଲେ । ସେହିପରି ବାଙ୍କୀଲି କ୍ଷେତ ପୋଖରୀ ପରିଦର୍ଶନ କରିବା ସହ ସମନ୍ୱିତ କୃଷିପଦ୍ଧତି ବିଷୟରେ ଆଲୋଚନା କରିଥିଲେ । ଏହାପରେ ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ପଡାଳପଦର ଠାରେ ଥିବା କେନ୍ଦ୍ରୀୟ ଚାରା ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିବା ସହ ଚାଷୀ ମାନଙ୍କୁ ବଣ୍ଟନ ନିମନ୍ତେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଦିଗାମ୍ବର ବିଶ୍ୱାଳ ଏବଂ ଓଭରସିୟର ଜନାର୍ଦ୍ଦନ ଦାଶଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ଏଠାରେ ଥିବା କ୍ଷେତ୍ର ପୋଖରୀ ଅନୁଧ୍ୟାନ କରିବା ସହ ଏହାର ଉନ୍ନତିକରଣ କାର୍ଯ୍ୟକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ପରିସରରେ ଆମ୍ବ ବୃକ୍ଷ ରୋପଣ କରିଥିଲେ । ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଦିଗାମ୍ବର ବିଶ୍ୱାଳ, ଓଭରସିୟର କୃଷ୍ଣ ଚନ୍ଦ୍ର ସେନାପତି,ଜନାର୍ଦ୍ଦନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
ରାୟଗଡରୁ ଅମୂଲ୍ୟ ନିଶଙ୍କ ଙ୍କ ରିପୋର୍ଟ