02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜମି ବିବାଦକୁ ନେଇ ପରିବାରର ସମସ୍ତ ଲୋକଙ୍କୁ ଗଛରେ ବାନ୍ଧି ମାଡ…

ମାଲକାନଗିରି (ସ. ଖ. ପ୍ର ):ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଗୁମକା ପଂଚାୟତ ଏମ ପି ଭି-୧0 ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି |ଏମ ପି ଭି -୧0ର ଜଣେ ବିଧବା ଶେଫାଳି ବିଶ୍ୱାସ ଓ ତାଙ୍କ ପରିବାରର ନିଜ ଜମିରେ ଚାଷ କରି ନିଜର ପେଟ ପୋଷୁଥିଲେ |ତା ପାଖରେ ତାଙ୍କ ସମ୍ପର୍କୀୟମାନେ ଚାଷ କରୁଥିଲେ |ଜମିକୁ ନେଇ ତାଙ୍କ ମଧ୍ୟରେ ବଚସା ହୋଇଥିଲା |ପରେ ବିଜନ ମଜୁମ୍ଦାର, ରତନ ମଜୁମ୍ଦାର, ସପନ ମଜୁମ୍ଦାର, ତିଲକ ମଜୁମ୍ଦାର, ଚନ୍ଦନ ମଜୁମ୍ଦାର ଓ ସେହି ଘରର ସ୍ତ୍ରୀ ଲୋକମାନେ ମିଶି ଶେଫାଳି ବିଶ୍ୱାସ ଓ ତାଙ୍କର ପରିବାର ଲୋକଙ୍କୁ ନେଇ ଗୋଟିଏ ଗଛରେ ବାନ୍ଧି ନିସ୍ତୁକ ପିଟିଥିଲେ |ତାପରେ ଶେଫାଳି ବିଶ୍ୱାସ କାଲିମେଳା ଥାନାକୁ ଯାଇ ବିଜନ ମଜୁମ୍ଦାର, ସୁମନ ମଜୁମ୍ଦାର, ରତନ ମଜୁମ୍ଦାର, ଚନ୍ଦନ ମଜୁମ୍ଦାର ଓ ସପନ ମଜୁମ୍ଦାରଙ୍କ ବିରୁଦ୍ଧରେ ଲିଖିତ ଆକାରରେ ଥାନାରେ ଜଣାଇଛନ୍ତି |କାଲିମେଳା ଥାନାଧିକାରୀ ଏହି ଘଟଣାକୁ ଗୁରୁତ୍ବ ଦେଇ ଯଥାଶୀଘ୍ର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି ଜଣାଇଛନ୍ତି |ଏବେ ତଦନ୍ତ ଚାଲିଛି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *