ଜନ ସଂସ୍ଥା ଦ୍ଵାରା ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଆୟୋଜିତ
କୋରାପୁଟ ଜିଲ୍ଲା (ସଖପ୍ର): ସ୍ଥାନୀୟ କୋରାପୁଟ ସ୍ଥିତ ବନଭାରତୀ ଠାରେ ଏକ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କୋରାପୁଟର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରଘୁରାମ ପଡାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉନ୍ନତି ମୂଳକ ତାଲିମ୍ ପ୍ରଦାନ କରାଯାଇଥିଲା। ଜନଶିକ୍ଷା ସଂସ୍ଥା ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କୋରାପୁଟର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରଘୁରାମ ପଡାଲ, ଜନଶିକ୍ଷା ସଂସ୍ଥାର ଚେୟାରପର୍ସନ ଶ୍ରୀମତୀ ରୀତା ପାଣୀଗ୍ରାହୀ ଏବଂ ଜନଶିକ୍ଷା ଡାଇରେକ୍ଟର ରାଇଚେଲ୍ ଜେ. କୁମାର , ଏବଂ ପ୍ରୋଗ୍ରାମ୍ ଅଫିସର କିରୋଣ କୁମାର ମଣୀ, ଆସିଷ୍ଟାଣ୍ଟ ପ୍ରଗ୍ରାମ ଅଫିସର ରୋଜଲିନା ବାଘ, ଓ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଶ୍ରୀ ପ୍ରଣବ କିଶୋର ନାୟକ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଏକ ଦୈାଡ ପ୍ରତିଯୋଗିତା ହୋଇଥିବା ବେଳେ ଟ୍ରେନିଂ ଅନ୍ ପ୍ରିପରସନ୍ ଅଫ୍ ସାନିଟାଜର ଏଣ୍ଡ ଲିକ୍ୟୁଡ ସପ୍ ତାଲିମ୍ ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମହିଳା ଏବଂ ଯୁବତୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ସାନିଟାଇଜର ଏବଂ ଲିକ୍ୟୁଡ ସୋପ୍ ଉପରେ ତାଲିମ୍ ନେଇଥିଲେ। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଦ୍ଵାରା ପ୍ରତ୍ୟେକ ଗାଆଁ ମାନଙ୍କରେ ଲୋକମାନେ ଯେପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିନିମନ୍ତେ ସମସ୍ତ ଗ୍ରାମରେ ଏହି କାର୍ଯ୍ୟ ଆରମ୍ଭ କରାଯିବା ନେଇ ସୂଚନା ମିଳିଛି।