03/25/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜନ ସଂଖ୍ୟା ନିୟନ୍ତ୍ରଣ ରଥ ଉଦ୍‌ଘାଟିତ…

ମାଲକାନଗିର(ସଖପ୍ର):ବିଶ୍ଵ ଜନସଂଖ୍ୟା ଦିବସ ଅବସରରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ଜନ ସଂଖ୍ୟା ନିୟନ୍ତ୍ରଣ ସଚେତନତା ରଥର ଶୁଭ ଉଦଘାଟନ କରାଯାଇଛି । ଏହି ରଥକୁ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ଧ୍ୟାରାଣୀ ପଟ୍ଟନାୟକ ଉଦଘାଟନ କରିଥିଲେ । ଏହି ରଥଟି ସହର ପରିକ୍ରମା କରି ଜନସଂଖ୍ୟା ବୃଦ୍ଧିର କାରଣ ସମ୍ବନ୍ଧରେ ସଚେତନ କରିବା ସହ ଜନସଂଖ୍ୟା ବୃଦ୍ଧି ହେବା ଦ୍ୱାରା କଣ କଣ ସମସ୍ୟା ସୃଷ୍ଟି ହେବ ସେ ସମ୍ବନ୍ଧରେ ମଧ୍ୟ ସଚେତନ କରିବ । ଏତଦ୍ ବ୍ୟତୀତ ରଥ ଉଦଘାଟନ ପୂର୍ବରୁ ପରିସର ମଧ୍ୟରେ ଜନ ସଂଖ୍ୟା ବୃଦ୍ଧି ଦ୍ଵାରା ହେଉଥିବା ସମସ୍ୟା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଆମେ ଦୁଇ ଓ ଆମର ଏକ ଏହି ନିୟମ ଆପଣେଇବା ପାଇଁ ମଧ୍ୟ ଆହ୍ବାନ କରାଯାଇଥିଲା । ସାରା ବିଶ୍ୱରେ ଭାରତ ଜନ ସଂଖ୍ୟା ଦୃଷ୍ଟିରୁ ଦ୍ବିତୀୟ ସ୍ଥାନରେ ରହିଛି । ଯଦି ଏପରି ଜନ ସଂଖ୍ୟା ବୃଦ୍ଧି ହୁଏ ତେବେ ଖୁବ୍‌ ଶିଘ୍ର ଚିନକୁ ଟପି ଭାରତ ଏକ ନମ୍ବର ହୋଇଯିବ। ଏଥି ସହ ଜନ ସଂଖ୍ୟା ବୃଦ୍ଧି ଯୋଗୁଁ ସରକାରଙ୍କ ପ୍ରତିଟି ଯୋଜନାରେ ଜନ ସାଧାରଣଙ୍କୁ ସୁଫଳ ମିଳିପାରିବ ନାହିଁ ଏବଂ ଚାକିରି କ୍ଷେତ୍ରରେ ମଧ୍ୟ ଅନେକ ସମସ୍ୟା ସୃଷ୍ଟି ହେବ ବୋଲି ଆଲୋଚନା କରାଯାଇଥିଲା । ତେଣୁ ଜନସଂଖ୍ୟା ନିହାତି ନିୟନ୍ତ୍ରିତ ହେବା ଦରକାର ବୋଲି ମତପ୍ରକାଶ ପାଇଥିଲା |

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *