02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜନଜାଗରଣ ମଞ୍ଚର ଜରୁରୀ ବୈଠକ ଅନୁଷ୍ଠିତ

ବାଲେଶ୍ବର,୧୦/୮ : ବାଲେଶ୍ବର ଜିଲ୍ଲା ଖଇରା ବଜାର ସ୍ଥିତ ଜନଜାଗରଣ ମଞ୍ଚ କାର୍ଯ୍ଯାଳୟ ପରିସରରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ଉମେଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମଞ୍ଚର ସ୍ଥାୟୀ ସଦସ୍ୟ ମାନଙ୍କ ମଧ୍ୟରୁ ନରେନ୍ଦ୍ର ପ୍ରସାଦ ବେହେରା,ସୁଦର୍ଶନ ସେଠୀ, କୃଷ୍ଣ ଚନ୍ଦ୍ର ପତ୍ରୀ, ବୁଧିରାମ ପାଣିଗ୍ରାହୀ, ଅଭିରାମ ମହାପାତ୍ର, ଚିନ୍ତାମଣି ସାହାଣୀ, ଦେବେନ୍ଦ୍ର କୁମାର ରାଉତ,ଗଗନ ବିହାରୀ ପଣ୍ଡା, ସୃଷ୍ଟିଧର ରାଉଳ ପ୍ରମୁଖ ଉପସ୍ଥିତ ହୋଇ ଜରୁରୀ ବୈଠକରେ ଅଂଶ ଗ୍ରହଣ କରିଥିଲେ । ସମ୍ପାଦକ ନିରଞ୍ଜନ ବେହେରା ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ଜନଜାଗରଣ ମଞ୍ଚ ଗତ ୨୦୧୩ ମସିହା ଠାରୁ ଖଇରା ଠାରେ ଦେୱାନୀ ଓ ଫୌଜଦାରୀ କୋର୍ଟ ସ୍ଥାପନ ନିମନ୍ତେ ଦୃଢଦାବୀ କରି ଆସୁଥିଲା । ଏଥିପାଇଁ ଉଚ୍ଚ ନ୍ଯାୟାଳୟ କଟକ ଓଡିଶା , ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବିଭିନ୍ନ ସମୟରେ ବାରମ୍ବାର ଅନୁରୋଧ ମଧ୍ୟ କରିଆସୁଥିଲା । ଶେଷରେ ଜନଜାଗରଣ ମଞ୍ଚର ଦାବିକୁ ସମ୍ମାନ ଦେଇ ଗତ ତା ୭/୮/୨୦୨୦ ରିଖରେ ଉଚ୍ଚ ନ୍ଯାୟାଳୟର ପ୍ରଶାସନିକ ଅଧିକାରୀ ଖଇରା ଠାରେ ଜୁନିୟର ଡିଭିଜନ କୋର୍ଟ ପ୍ରତିଷ୍ଠା ପାଇଁ ମଞ୍ଜୁର ପ୍ରଦାନ କରିଥିବା ବିଷୟରେ ସଭାପତି ଶ୍ରୀ ନାୟକ ଆଲୋଚନା କରିଥିଲେ । ଏହାଶୁଣି ମଞ୍ଚର କର୍ମକର୍ତ୍ତା ମାନେ ଖୁସିହେବା ସହିତ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିବାରୁ ମଞ୍ଚ ତରଫରୁ ଜିଲ୍ଲାପାଳ, ଜିଲ୍ଲା ଦୌରାଜଜଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ଏଥିପାଇଁ ବାଲେଶ୍ବର ଜିଲ୍ଲା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ଓ ଖଇରା ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଲେଖନୀ ଚାଳନା କରି ମଞ୍ଚର ଦାବୀକୁ ଖଇରାରୁ ରାଜ୍ୟ ଓ ରାଜ୍ୟରୁ ଭାରତର ରାଜଧାନୀ ନୂଆଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ ମଞ୍ଚ ଧନ୍ୟବାଦ ଜଣାଇଛି । ଏତଦ୍ ବ୍ଯତୀତ ଆଗାମୀ ସ୍ବାଧୀନତା ଦିବସ ପାଳନ ଓ ମଞ୍ଚର ଅନ୍ଯାନ୍ଯ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଉପସ୍ଥିତ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *