ଜଙ୍ଗଲ ସୁରକ୍ଷିତ ରହିଲେ ମାନବ ସୁରକ୍ଷା ସମ୍ଭବ ହେବ
କୋରାପୁଟ ଜିଲ୍ଲା/ ଜୟପୁର (ସଖପ୍ର): ବିଶ୍ଵରେ ବନ୍ୟପ୍ରାଣୀ ଓ ଜଙ୍ଗଲର ସୁରକ୍ଷା କରା ନ ଗଲେ ମାନବ ସମାଜର ରକ୍ଷା ଅସମ୍ଭବ ବୋଲି ବନ୍ୟପ୍ରାଣୀ ସଂରକ୍ଷଣ ଓ ସୁରକ୍ଷା ଅଭ୍ୟନ୍ତରୀଣ କମିଟି ବୈଠକରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କୋରାପୁଟ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ କକ୍ଷରେ ଆୟୋଜିତ ବୈଠକରେ ସାଂସଦ ସପ୍ତଗିରି ଶଙ୍କର ଉଲ୍କାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସସ୍ମିତା ମେଲେକା, କୋରାପୁଟ ବିଧାୟକ ରଘୁରାମ ମାଛ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା, ବନଖଣ୍ଡ ଅଧିକାରୀ କେଭି ଭାସ୍କର ରାଓ ପ୍ରମୁଖ ଉପସ୍ଥିତ ଥିଲେ। ବନ୍ୟପ୍ରାଣୀ ଓ ଜଙ୍ଗଲ ସୃଷ୍ଟି ଏବଂ ସୁରକ୍ଷା ନେଇ କୋରାପୁଟ ବନଖଣ୍ଡ ଅଧିକାରୀ ଲେଖିଥିବା ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଜିଲ୍ଲାର ଆମ୍ବଗାଁ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ଡୁମୁରିଗୁଡା ଗ୍ରାମସଭା, ସିପାଇପୁଟ ଗ୍ରାମର ସେରୁବନ୍ଧ ପ୍ରଡୁସର, ଅମ୍ବାଗୁଡା ସରକାରୀ ଉଚ୍ଚବିଦ୍ୟାଳୟ ଏବଂ ମାଥାଲପୁଟ ମାଲୁସାଉଁତା ସରକାରୀ ନୋଡାଲ ଉଚ୍ଚବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର ସହ ୨୦ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ପ୍ରକୃତି ବନ୍ଧୁ ଭାବେ ଦିଗାପୁରର ସୀମାଞ୍ଚଳପ୍ରସାଦ ସାହୁ,
ଜୟପୁରର କାଳୀକୃଷ୍ଣ ସଂଘର ପରିଚାଳକ ଶ୍ରୀ ଜଗଦ୍ଦୀଶ ପ୍ରସାଦ ମିଶ୍ର (ଜଗଦାନନ୍ଦ), ବୋରିଗୁମ୍ମାର ଗୌରୀ ଶଙ୍କର ସାମନ୍ତରାୟ, କୋଟପାଡ଼ର କୁଞ୍ଜବିହାରୀ ବୈଦ୍ୟ ପଟ୍ଟନାୟକ, ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି ଏବଂ ତ୍ରିନାଥ ଦଳାଇଙ୍କୁ ମାନପତ୍ର ଓ ୧୦ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏସିଏଫ୍ ଶୁଭଦର୍ଶିନୀ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପ୍ରକାଶ ଥାଉକି କାଳୀକୃଷ୍ଣ ସଂଘ ଆନୁକୁଲ୍ୟରେ ବିଭିନ୍ନ ସମୟରେ ସଂଘ ପରିଚାଳକ ଶ୍ରୀ ଜଗଦ୍ଦୀଶ ପ୍ରସାଦ ମିଶ୍ର (ଜଗଦାନନ୍ଦ)ଙ୍କ ତତ୍ତ୍ବାବଧାନରେ ପରିବେଶର ସୁରକ୍ଷା ଉଦ୍ଦେଶ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥାଏ।