01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସହ ହାତୀ ଉପଦ୍ରବ ନେଇ ଆଲୋଚନା କଲେ ଛାତ୍ରନେତା

ରାୟଗଡା:ଆଜି ସର୍କିଟ ହାଉସ ଠାରେ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ ଆରୁକଙ୍କ ସହିତ ରାୟଗଡା ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀଯୁକ୍ତ ବିଷ୍ଣୁ ପଣ୍ଡା(ପିଙ୍କୁ ), ବ୍ଲକ ଅଧ୍ୟକ୍ଷ ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ରମାକାନ୍ତ ମାଝୀ, ଜିଲ୍ଲା ଛାତ୍ର ଡିଜିଟାଲ ସମ୍ପାଦକ ଶ୍ରୀଯୁକ୍ତ ମିଶ୍ର, ବିଜୁ ଜନତା ଦଳ ପଦ୍ମପୁର ବ୍ଲକର ଯୁବ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ଦଳେଇ, ଯୁବ ନେତା ଶ୍ରୀଯୁକ୍ତ ସନ୍ତୋଷ ପାଣିଗ୍ରାହୀ, ଛାତ୍ର ନେତା ଶ୍ରୀଯୁକ୍ତ ଦିପୁନ ଗୌଡ଼ ମିଶି ପଦ୍ମପୁର ବ୍ଲକର ହସ୍ତିନାପୁର ଗ୍ରାମରେ ହାତୀ ପଶି ଫସଲ ନଷ୍ଟ କରିବାକୁ କିପରି ଏଡାଇ ପାରିବା ତାହା ଉପରେ ଆଲୋଚନା କରିଥିଲେ । ଏହିଠାରେ ମନ୍ତ୍ରୀ ଛାତ୍ର ଜନତା ଜିଲ୍ଲା ସଭାପତିଙ୍କୁ କହିଥିଲେ ଯେ ଏହି ହାତୀ ଉପଦ୍ରବ ଘଟଣା ମୋ ନଜରକୁ ଆସିବା ପରେ ମୁଁ ରାୟଗଡା ବନ ଖଣ୍ଡ ଅଧିକାରୀଙ୍କ ସହିତ ଆଲୋଚନା କରିଛି। ଏହାର ମୁକାବିଲା ପାଇଁ ସୂଚନା ଯୋଗ୍ୟ ଯେ ପଦ୍ମପୁର ବ୍ଲକର ନୂଆଗଡ଼ ପଞ୍ଚାୟତର ବିଭିନ୍ନ ଗାଁ ରେ ହାତୀ ପଶି ଉପଦ୍ରବ କରି ଫସଲ ନଷ୍ଟ କରିବା ଖବର ପାଇ ଗୁଣୁପୁର ବନାଞ୍ଚଳ ଅଧିକାରୀ ଶ୍ରୀ ରଞ୍ଜନ କୁମାର ମହାନ୍ତି ଓ ଗୁଡାରି ବନାଞ୍ଚଳ ଅଧିକାରୀ ସଂଘମିତ୍ରା ଭୋଇଙ୍କ ନେତୃତ୍ୱରେ ପଦ୍ମପୁର ବନପାଳ ପ୍ରଦୀପ କୁମାର ଜେନା ଓ ତାଙ୍କ ସହକର୍ମୀ ହାତୀ ଉପଦ୍ରବ ଗ୍ରାମକୁ ଯାଇ ଲୋକଙ୍କୁ ସଚେତନତା କରିବା ସହିତ ଜଙ୍ଗଲୀ ହାତୀ ପାଖକୁ ନଯିବା ଓ ହାତୀ ଗାଁ କୁ ଆସିଲେ ସଂଗେ ସଂଗେ ବନବିଭାଗକୁ ଖବର ଦେବାପାଇଁ ଉଭୟ ଗୁଣୁପୁର ଓ ଗୁଡାରି ବନାଞ୍ଚଳ ଅଧିକାରୀ ଲୋକଙ୍କୁ ସଚେତନତା କରିଛନ୍ତି ବୋଲି ମନ୍ତ୍ରୀ କହିଥିଲେ। ଏହି ହାତୀ ଉପଦ୍ରୁତ ଅଞ୍ଚଳର କ୍ଷୟ କ୍ଷତିର ଆକଳନ କରି କ୍ଷତି ପୂରଣ ଦିଆଯିବ ବୋଲି ମନ୍ତ୍ରୀ କହିଥିବା ଜିଲ୍ଲା ଛାତ୍ର ଜନତା ସଭାପତି ବିଷ୍ଣୁ ପଣ୍ଡା କହିଛନ୍ତି ଓ ତାହା ସହିତ ଉଭୟ ମହାନ୍ତି ଓ ଭୋଇ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟକୁ ମନ୍ତ୍ରୀ ବହୁ ପ୍ରଶଂସା କରିଥିବା କହିଛନ୍ତି।

ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *