12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜଙ୍ଗଲକୁ ସୁରକ୍ଷିତ ମଣୁନାହାନ୍ତି ବନ୍ଯ ଜୀବଜନ୍ତୁ

ବାଲେଶ୍ଵର,୧୧/୪– ଜଗଂଲକୁ ସୁରକ୍ଷିତ ମଣୁନାହାନ୍ତି ବନ୍ଯ ଜୀବଜନ୍ତୁ । ଗାଁ ମୁହାଁ ହେଉଛନ୍ତି ଜଗଂଲୀ ପଶୁପକ୍ଷୀ । ପ୍ରବଳ ଗ୍ରୀଷ୍ମ ପ୍ରଭାବ ସହିତ କାଠ ମାଫିଆମାନେ ଗଛ କାଟି ପଦା କରିଦେଉଛନ୍ତି ଜଗଂଲ । ପୁଣି ବାରମ୍ବାର ଜଗଂଲରେ ନିଆଁ ଲଗାଇ ଦେଉଥିବାରୁ ବିଭିନ୍ନ ସମୟରେ ଜଗଂଲି ସାପ ,ବିରଳ ହରିଣ,ଭାଲୁ ପ୍ରଭୃତି ବନ୍ଯ ଜୀବଜନ୍ତୁ ଜନବସତି ଆଡକୁ ବାରମ୍ବାର ପଶି ଆସୁଛନ୍ତି । ଦିନକ ପୂର୍ବରୁ ଏକ ଅଣ୍ତିରା ହରିଣ ଗ୍ରାମ ମଧ୍ଯକୁ ପଶିଆସିବା ଘଟଣା ସାମ୍ନାକୁ ଆସିଥିଲା । ବାଲେଶ୍ଵର ଜିଲ୍ଲା ଔପଦା ବନବିଭାଗ ଅଧିନସ୍ଥ ଫତେପୁର ପଞ୍ଚାୟତ ନରଣପୁର ଗ୍ରାମକୁ ନିକଟସ୍ଥ ଜଙ୍ଗଲରୁ ଖସି ଆସିଥିବା ଏକ ହରିଣକୁ ଗ୍ରାମବାସୀମାନେ ଉଦ୍ଧାର କରିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ଖବରପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଅଣ୍ତିରା ହରିଣକୁ ଉଦ୍ଧାର କରିଥିଲେ କୁଲଡିହା ଅଭ୍ଯାରଣ୍ଯରେ ଛାଡି ଦେବାପାଇଁ ନେଇଯାଇଥିଲେ । ତେବେ ଏକ ହରିଣ ଜଙ୍ଗଲ ଭିତରୁ ପଳାଇ ଆସି ଏକ ତାର ବାଡ଼ରେ ଫସି ରହିବା ଘଟଣା ଗ୍ରାମବାସୀଙ୍କ ମଧ୍ଯରେ ଭୟ ଦେଖାଦେଇଛି । କାରଣ ଆଗାମୀ ଦିନରେ ଅନ୍ଯ ହିଂସ୍ର ଜୀବଜନ୍ତୁ ଜନସତି ମୁହାଁ ହେବାର ସମ୍ଭାବନା ରହିଛି । ତେବେ ପରିବେଶ ବିତ୍ ମାନଙ୍କ ମତରେ ଦୃତ ଗତିରେ ଜଙ୍ଗଲ କ୍ଷୟ ଏବଂ ଜଙ୍ଗଲରେ ନିଆଁ ଲଗାଯାଉଥିବାରୁ ଅତ୍ଯଧିକ ଗରମ ଯୋଗୁ ଜନବସତି ମୁହାଁ ହେଉଛନ୍ତି ଜଙ୍ଗଲୀ ଜୀବଜନ୍ତୁ । ତେବେ କିଛିଦିନ ପୂର୍ବରୁ ମାଫିଆ ମାନେ ଜଙ୍ଗଲ କାଟି ସଫା କରିଦେଇଥିବା ଦୃଶ୍ଯ ପ୍ରସାରଣ କରିଥିଲୁ । କିନ୍ତୁ ଏହାର କୌଣସି ପଦକ୍ଷପ ଗ୍ରହଣ କରାଯାଉ ନଥିବାରୁ ମାଫିଆ ମାନେ ଚଲାଇଛନ୍ତି ମନଇଛା ରାଜ । ତେବେ ଏହାର ପରିଣତି ଜୀବଜନ୍ତୁକୁ ଭୋଗିବା ପାଇଁ ପଡୁଛି ବୋଲି ସାଧ୍ଯାରଣରେ ଚର୍ଚ୍ଚା ହେଉଛି ।ଏହାକୁ ବନବିଭାଗ ଗୁରୁତ୍ବର ସହ ନେବାର ସମୟ ଆସିଛି ନଚେତ୍ ପରିବେଶ ସନ୍ତୋଳନ ରକ୍ଷାକରିବା କଷ୍ଟକର ହୋଇପଡିବ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *