ଚୀନ ସୀମାରେ ଶହୀଦ ହୋଇଥିବା ଭାରତୀୟ ଯବାନଙ୍କୁ ବିଧାୟକଙ୍କ ଦ୍ବାରା ଶ୍ରଦ୍ଧାଞ୍ଜଳୀ
କୋରାପୁଟଜିଲ୍ଲା/ଜୟପୁର/୨୬/୦୬(ସଖପ୍ର): ଆଜି ସଂଧ୍ୟା ସମୟରେ ଜୟପୁର ବିଧାୟକ ଚୀନ ସୀମାରେ ଶହୀଦ ହୋଇଥିବା ଯବିନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ଆମର ୨୦ ଜଣ ହିରୋ ଜବାନ ଯେଉଁମାନେ ଭାରତର ଅଖଣ୍ଡତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ତାଙ୍କୁ ସମ୍ମାନ ଜଣାଇଛନ୍ତି। କୋରାପୁଟ ଜୟପୁରର ରାଜା ନଗର ଛକରେ ମାନ୍ୟବର ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି ଏବଂ ଜୟପୁର ବରିଷ୍ଠ କଂଗ୍ରେସ କର୍ମକର୍ତ୍ତା ,ମହିଳା କଂଗ୍ରେସ ଏବଂ ଯୁବ କଂଗ୍ରେସ ମହମବତୀ ଜଳାଇ ବୀର ଅମର ଜବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଆମକୁ ଭାରତର ସମ୍ମାନ ପାଇଁ ଲଢ଼ିବାକୁ ହେବ ଏବଂ ଆମର ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ନୈତିକତାକୁ ରକ୍ଷା କରିବାକୁ ପଡ଼ିବ। ତାହା ହିଁ ସେମାନଙ୍କ ପାଇଁ ସବୁଠାରୁ ବଡ଼ ଶ୍ରଦ୍ଧାଞ୍ଜଳି ହେବ ବୋଲି ପ୍ରକାଶ କରିଛନ୍ତି।