07/14/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଚିରନିଦ୍ରାରେ ଓଲିଉଡ୍ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା

ଜୟପୁର (ସଖପ୍ର): କୋରାପୁଟ ମାଟିର ଗର୍ବ ଓ ଗୌରବ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲାଙ୍କ ପରଲୋକ ହୋଇଯାଇଛି। ଶାନ୍ତିରାଜଙ୍କ ମୃତ୍ୟୁର ଖବର ପାଇ ଚାରିଆଡ଼େ ଦୁଃଖର ଛାୟା ଖେଳିଯାଇଛି। କଟକ ବକ୍ସିବଜାର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଶାନ୍ତି ରାଜ।
କୋରାପୁଟ ମାଟିର କଳାକାରଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ସୂଚନା ମୁତାବକ ,ସେ କିଛିଦିନ ହେବ କୋଭିଡରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ ।ଶାନ୍ତିରାଜ ଖୋସଲାଙ୍କ ଦେହାନ୍ତ ଖବର ଶୁଣି ସ୍ତବ୍ଧ ହୋଇପଡିଛି ଓଡ଼ିଆ ଚଳଚ୍ଚିତ୍ର ଦୁନିଆ । ବହୁ ବିଶିଷ୍ଟ ବ୍ୟକ୍ତି ଶାନ୍ତିରାଜଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ବହୁ ଆଲବମ ଓ ଓଲିଉଡରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲେ। ଅପହଞ୍ଚ ଇଲାକା କୋରାପୁଟରୁ ଭୁବନେଶ୍ୱର ଯାଇ ବହୁତ ସଙ୍ଘର୍ଷ ପରେ ନିଜ ପ୍ରତିଭା ବଳରେ ଓଡ଼ିଆ ସିନେ ଜଗତରେ ସେ ଜଣେ ପ୍ରତିଷ୍ଠିତ ସଙ୍ଗୀତକାର ଭାବେ ଖୁବ୍ ପରିଚିତ ହେଇପାରିଥିଲେ । ଗତ କିଛିଦିନ ହେବ କୋଭିଡ଼ରେ ଆକ୍ରାନ୍ତ ହୋଇ ନିଜ ଘରେ ଚିକିତ୍ସିତ ହେଉଥିଲେ ,ଗତକାଲି ହଠାତ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ଏସ. ସି. ବି. ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।କିନ୍ତୁ ସେଠାରେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।
ମାତ୍ର ୫୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି।ତାଙ୍କ ମୃତ୍ୟୁରେ ସଙ୍ଗୀତ ଜଗତ ଓ ସିନେ ଜଗତର ବିରାଟ କ୍ଷତି ହୋଇଛି ବୋଲି କୁହାଯାଇପାରେ । ଶାନ୍ତିରାଜ ନିଜ ଫିଲ୍ମ କ୍ୟାରିୟରରେ ଅନେକ ସୁପରହିଟ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ତାମଧ୍ୟରୁ ଧନରେ ରଖିବୁ ଶପଥ ମୋର. ବାଇଶି ପାହାଚେ ଖେଳିବ ମୀନ, ତୋର ମୋର ଯୋଡି ସୁନ୍ଦର. ଫେରିଆ ପରି ୨୦ରୁ ଅଧିକ ସିନେମା ଆଉ ୨ ହଜାର ରୁ ଅଧିକ ଆଲବମ ଗୀତରେ ସେ ସଂଗୀତ ନିର୍ଦେଶନା ଦେଇଥିଲେ । ଶାନ୍ତିରାଜ ଫେରିଆ ପାଇଁ ରାଜ୍ୟ ଚଳଚିତ୍ର ପୁରସ୍କାର ଓ ଓଡ଼ିଆ ଚଳଚ୍ଚିତ୍ର ଡନ୍ ପାଇଁ ରାଜ୍ୟ ସ୍ତରୀୟ ପୁରସ୍କାର ପାଇଥିଲେ। ଶାନ୍ତିରାଜ ଖୋସଲାଙ୍କ ମୃତ୍ୟ ଖବର ଶୁଣିଲା ପରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ସମବେଦନା ଜଣାଇଛନ୍ତି।

ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *