02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଚିନ୍ତଲୱାଡା ପଂଚାୟତର ପୂର୍ବତନ ପିଇଓ ଓ ସରପଞ୍ଚଙ୍କ ନାମରେ ଏତଲା…

ମାଲକାନଗିରି :ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକର ଚିନ୍ତଲୱାଡା ପଂଚାୟତ ରେ ୧୧ ଲକ୍ଷରୁ ଅଧିକ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି |2014ରେ ଶ୍ରୀ ହେମନ୍ତ ମାଝୀ ପିଇଓ ଭାବେ ନିଯୁକ୍ତି ପାଇବା ସମୟରେ ସେଠାରେ ସରପଞ୍ଚ ଥିଲେ ମଙ୍ଗଳା ଶବର |

ସେହି ସମୟରେ ପିଇଓ ଶ୍ରୀ ମାଝୀ ସରକାରଙ୍କ ବିଭିନ୍ନ ଯୋଜନାରୁ ପ୍ରାୟ ପାଞ୍ଚ ଲକ୍ଷ, ନିଜ ନାମରେ ଅଗ୍ରିମ ଚାରି ଲକ୍ଷରୁ ଉର୍ଦ୍ଧ ଓ ସରପଞ୍ଚ ଶ୍ରୀ ଶବର ଦୁଇ ଲକ୍ଷ ଟଙ୍କା ହେର ଫେର କରିଛନ୍ତି |ଏବେ ନୂଆ ପିଇଓ ଆସିବା ପରେ ଶ୍ରୀ ମାଝୀ ତାଙ୍କୁ କୌଣସି ଚାର୍ଜ ଦେଉନାହାନ୍ତି |ଏସବୁ ବିଡ଼ିଓ ଶ୍ରୀ ଉମା ଶଙ୍କର ଦଳେଇ ଜାଣିବା ପରେ ଅଡ଼ିଟ କରାଇଥିଲେ |ସେମାନେ ଟଙ୍କା ହେରଫେର କରିଥିବା ଜଣାପଡିଲା |ତାଙ୍କୁ ଯଥାଶୀଘ୍ର ଟଙ୍କା ପୈଠ କରିବାକୁ ଲିଖିତ ଆକାରରେ ଦିଆଗଲା |

ସେ ଏହାର କିଛି ଉତ୍ତର ନ ଦେବାରୁ ଶେଷରେ ତାଙ୍କ ନାମରେ କାଲିମେଳା ଥାନାରେ ବି ଡ଼ି ଓ ଶ୍ରୀ ଦଳେଇ ଏତଲା ଦେଲେ |ଆଇ ଆଇ ସି ଶ୍ରୀ ଶେଷଦେବ ବେହେରା ଏତଲା ଲେଖାଯାଇଛି ଏବଂ ତଦନ୍ତ ଚାଲିଛି |ଯଥାଶୀଘ୍ର ଦୋଷୀଙ୍କୁ ଧରାଯିବ ବୋଲି ସେ କହିଥିଲେ |ଏପରି ଦୁର୍ନୀତି ଜିଲ୍ଲାର ଉପାନ୍ତ ପଂଚାୟତମାନଙ୍କରେ ଶୁଣିବାକୁ ମିଳୁଛି |ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ନିରୀହ ଆଦିବାସୀମାନେ ନିଜର ହକ ଠିକ ଭାବରେ ପାଇପାରିବେ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି |

ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ (ସଖପ୍ର)

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *