ଚିତ୍ରକୋଣ୍ଡା ଅଂଚଳରେ କୁମ୍ଭୀର ଆତଙ୍କ…

ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଂଚଳରେ ରହିଛି ଏକ ବଡ଼ ଜଳଭଣ୍ଡାର |ଏହି ଜଳଭଣ୍ଡାରରେ ବହୁତ କୁମ୍ଭୀର ଥିବାର ଶୁଣିବାକୁ ମିଳୁଛି |ଆଜି ଚିତ୍ରକୋଣ୍ଡା ବ୍ଲକର ଝୋଲାଗୁଡା ଅପରେଟର କଲୋନୀ ରେ ଏକ ଅଘଟଣ ଘଟିଛି |ଏହି ଅଂଚଳର ୯ ବର୍ଷର ଶିଶୁ କପିଳ ମାଝୀ ଗାଧେଇବାକୁ ଯିବାବେଳେ ଜଳଭଣ୍ଡାରରେ ଥିବା କୁମ୍ଭୀର ତାକୁ ଟାଣି ନେଇଯାଇଥିଲା|କିଛି ସମୟ ପରେ ସେଠାରେ କେତେକ ଲୋକ ଗୋଡ଼ ଓ ହାତ ନ ଥିବା ମୃତ ଶରୀର ଦେଖିବାକୁ ପାଇଥିଲେ |କୁମ୍ଭୀର ଶିଶୁକୁ ଟାଣିନେଇଥିବା ଖବର ପ୍ରସାରିତ ହେବାରୁ ସେହି ଅଂଚଳର ଲୋକେ ଡରିଯାଇଛନ୍ତି |