02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ପୌରପାଳିକାର ଚିତ୍ତ ବିନୋଦନ କେନ୍ଦ୍ର ଉଦଘାଟିତ


କୋରାପୁଟଜିଲ୍ଲା/ଜୟପୁର୨୫/୦୧(ସଖପ୍ର): ଜୟପୁର ଟାଉନ ହଲ ନିକଟ ଆହାର କେନ୍ଦ୍ର ସମ୍ମୁଖରେ ଆଜି ଏକ ଚିତ୍ତ ବିନୋଦନ କେନ୍ଦ୍ର ଉଦଘାଟିତ ହୋଇ ଯାଇଛି । ଏହି ଉଦଘାଟନ ଉତ୍ସବରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସଏ, ପିଡ଼ି ଡିଆର୍ଡିଏ ପ୍ରବୀର କୁମାର ନାୟକ, ମୁନିସିପାଲିଟି ଇଂଜିନିୟର ପ୍ରଭାତ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଉପଜିଲ୍ଲାପାଳ ତଥା ଭାରପ୍ରାପ୍ତ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସଏ କହିଥିଲେ ଯେ ଏହା କେନ୍ଦ୍ର ସରକାରଙ୍କ ଅର୍ବାନ ୱେଜ ଏମ୍ପ୍ଲମେଣ୍ଟ ଇନିସିଆଟିଭି ସ୍କିମ ଜରିଆରେ ପ୍ରତିଷ୍ଠା ହୋଇଛି । ଆଗାମୀ ଦିନରେ ସହରର ଶ୍ରୀରାମ ନଗର, ଶାନ୍ତି ନଗରରେ ମଧ୍ୟ ପାର୍କ ନିର୍ମାଣ କରାଯିବ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *