ଚାଷ ଜମିରେ ମଦବୋତଲ ଓ ଗଛଗଣ୍ଡି , ଆଇନର ଆଶ୍ରୟ ନେବାକୁ ଚାଷୀଙ୍କ ଚେତାବନୀ
ବାଲେଶ୍ବରଜିଲ୍ଲା ତା ୯/୬ : ବାଲେଶ୍ଵର ଜିଲ୍ଲା ଖଇରା ବ୍କକ ପଛପଟେ ଥିବା ଚାଷଜମିରେ ପଡିଛି ମଦ ବୋତଲ ଗଛଗଣ୍ଡି । କିଛି ମାସ ପୂର୍ବରୁ ଏକ ଗଛ କାଟି ବିଲ ଭିତରେ ପକାଇଥିବାର ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ବାରା ପୂର୍ବତନ ବିଡିଓ ମହେଶ୍ବର ଚୈଧୁରୀଙ୍କ ଗୋଚରକୁ ଆସିଥିଲା । ତା’ର କିଛି ମାସ ପରେ ପୁଣି ବ୍ଲକ ହତାକୁ ଲାଗିଥିବା ବିଲରେ ମଦ ବୋତଲ ପଡିଥିବାର ଦେଖିବାକୁ ମିଳିଛି । ସେହି ବିଲକୁ ଲାଗି ନିର୍ମିତ ସରକାରୀ କ୍ବାର୍ଟରରେ କର୍ମଚାରୀ ରହୁଛନ୍ତି । କର୍ମଚାରୀ ଜଣକ ମଦ ପିଇ ଖାଲି ବୋତଲକୁ ବିଲ ମଧ୍ଯକୁ ଫିଙ୍ଗି ନାହାନ୍ତି ତ ? ଅନ୍ଯ କିଛି ଭିତିରି କାର୍ଯ୍ୟ ଚାଲୁ ନାହିଁ ତ ? ବାରମ୍ବାର ବିଲ ଭିତରେ ମଦ ବୋତଲ ଦେଖିବାକୁ ମିଳୁଛି କାହିଁକି ? ହତା ପରିସରରେ ଥିବା ଅନ୍ୟ କୌଣସି କ୍ବାର୍ଟର ପଛପଟେ ମଦ ବୋତଲ ପ୍ରାୟ ଦେଖିବାକୁ ମିଳୁ ନ ଥିବାବେଳେ ସେହି କ୍ବାର୍ଟର ପଛପଟ ବିଲରେ ମଦ ବୋତଲ ଦେଖିବାକୁ ମିଳୁଛି , ଏହାର କାରଣ କ’ଣ ଓ ସେଠି ରହୁଛି କିଏ ? କେଉଁ ପଦବୀରେ ବ୍ଲକ ଅଫିସରେ ଅଛନ୍ତି ? ଯାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତାହାର ପ୍ରମାଣ ସ୍ବରୂପ ଭିଡିଓରୁ ଜଣାପଡିବ । ପ୍ରକାଶ ଥାଉକି ସେହି ଚାଷ ଜମିଟି ଆଳଦା ଗ୍ରାମର ଚାଷୀ ପଦ୍ମଲୋଚନ ଦାସଙ୍କର ଅଟେ । ଏଠାରେ ପ୍ରଶ୍ନ ଉଠେ ଯଦି ସେହି ଚାଷ ଜମିରେ ଭଙ୍ଗାରୁଜା ମଦବୋତଲ ପଡେ ଚାଷୀ ଚାଷ କରି ପାରିବ ତ ? ଏବାବଦରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ( ବିଡିଓ )ଦେବେନ୍ଦ୍ର ପ୍ରସାଦ ବଳଙ୍କୁ ଶ୍ରୀ ଦାସ ଜଣାଇଛନ୍ତି । ଏବାବଦରେ ଯଦି କୌଣସି ପଦକ୍ଷେପ ବିଡିଓଙ୍କ ତରଫରୁ ନିଆନଯାଏ, କି ମଦ ବୋତଲ ଓ ଗଛଡାଳ ପତ୍ର ସଫା କରା ନଯାଏ ବାଧ୍ୟ ହୋଇ ଶ୍ରୀ ଦାସ ଆଇନର ଆଶ୍ରୟ ନେବେ ଵୋଲି ଚେତାବନୀ ଦେବା ସଙ୍ଗେ ସଙ୍ଗେ ଗଣମାଧ୍ୟମକୁ ଜଣାଇଛନ୍ତି ।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ