‘ଚାଷ ଅଛି ଯାହାର କି ଆନନ୍ଦ ତାହାର’ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ପଟାଙ୍ଗି ବିଧାୟକ
ଜୟପୁର(ସଖପ୍ର): ବଣ ପାହାଡ଼ ଘେରା କୋରାପୁଟ ଜିଲ୍ଲା ପଟାଙ୍ଗି ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ପିତମ ପାଢ଼ୀ।କେତେବେଳେ ଗଳାରେ ଫୁଲ ହାର ତ କେତେବେଳେ ହାତରେ କୋଦାଳ ଧରି ନିଜ ଜମିରେ ଚାଷ କାମ କରୁଥିବା ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତ୍ତମାନ ମହାମାରୀ କରୋନାର ଦ୍ୱିତୀୟ ଲହରୀ କରାଳ ରୂପ ଧାରଣ କରୁଥିବା ସମୟରେ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇ ସାରା ରାଜ୍ୟରେ ଲକ ଡାଉନ ଘୋଷଣା କରିଛନ୍ତି କିନ୍ତୁ ଏହି ଲକ ଡାଉନ ସମୟରେ ପଟାଙ୍ଗି ଯୁବ ବିଧାୟକ ନିଜ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସେବା କରିବା ସହିତ ନିଜ ଗାଁ ପକ୍କାଝୋଲାରେ ନିଜ ଜମିରେ ଚାଷ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଯୁବ ବିଧାୟକ। ନିଜ ନିର୍ବାଚନ ମଣ୍ଡଳୀ ଯଥା ଦାମନଯୋଡି, ପୋଟାଙ୍ଗି, ନନ୍ଦପୁର, ସେମିଳିଗୁଡା ଓ କୋରାପୁଟ ବ୍ଲକର 3 ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ଦୁଃଖ ସୁଖର ସାଥି ହେବା ସହିତ ବାକି ସମୟରେ ନିଜର ଚାଷ ଜମିରେ ଚାଷ କାମ କରୁଥିବା ପରିଲକ୍ଷିତ ହୋଇଥାନ୍ତି। ଯୁବ ବିଧାୟକଙ୍କ କହିବା କଥା ଚାଷ ଅଛି ଯାହାର କି ଆନନ୍ଦ ତାହାର । ତାହାକୁ ନିଜେ ପ୍ରମାଣ କରିବା ସହିତ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି ଯୁବ ବିଧାୟକ ପିତମ ପାଢ଼ୀ, ଯାହାକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ