01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଚାଷୀଙ୍କ ଟଙ୍କାକୁ ହରିଲୁଟ କରି ଯୁବକ ଗିରଫ…

ମାଲକାନଗିରି (ସ.ଖ.ପ୍ର) : ପୋଲିସ କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି -୯୬ ଗାଁର ଗ୍ରାହକ ସେବା କେନ୍ଦ୍ରର ମ୍ୟାନେଜର ସରୋଜିତ ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି ଗୋଟିଏ ପଟେ ରାଜ୍ୟ ସରକାର ଚାଷୀକୁ ଦେଇଥିବା କାଳିଆଟଙ୍କା ଫେରସ୍ତ କରିବା ପାଇଁ ନୋଟିସ ଜାରିକରିଥିବା ବେଳେ ଏ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି ଏଥିସହ ଏହି ଘଟଣାକୁ ନେଇ ବିରୋଧୀ ଦଳ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଘେରିଛନ୍ତି କିନ୍ତୁ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକରେ ଏପରି ଚାଷିଙ୍କ କାଳିଆ ଟଙ୍କା ହଡପ କରିବା ଘଟଣା ଅଂଚଳରେ ଚର୍ଚା ର ବିଷୟ ହୋଇଛି |ସୂଚନା ଅନୁଯାଇ ଏମଭି-୯୬ ର ମୁଖ୍ୟ ବଜାର ଉପରେ ଆଇସିଆଇସି ବ୍ୟାଙ୍କ ଜରିଆରେ ଏକ ଗ୍ରାହକ ସେବା କେନ୍ଦ୍ର ଖୋଲିଛି ଏହାକୁ ମାନ୍ୟମକୋଣ୍ଡା ପଞ୍ଚାୟତ ର ଏମଭି ୭୫ ଗ୍ରାମର କୁମାରେଶ୍ ମଣ୍ଡଳ ଙ୍କ ପୁଅ ସୋରଜିତ ମଣ୍ଡଳ ନିଜ ଆଇ ଡି ରେ ପରିଚାଳନା କରୁଛନ୍ତି ଏହି ଗ୍ରାହକ ସେବା କେନ୍ଦ୍ରରେ ସମସ୍ତ ବ୍ୟାଙ୍କର ଥିବା ଜମା ଖାତାରୁ ଅର୍ଥ ଉଠାଣ କରିହେବା ପାଇଁ ବ୍ୟବସ୍ଥା ରହିଛି ।ତେବେ ଏଠାକୁ ଟଙ୍କା ଜମା କରିବା କିମ୍ବା ଉଠାଇବାକୁ ଆସୁଥିବା ନିରିହ ଲୋକମାନଙ୍କ ଅର୍ଥକୁ ଦିବାଲୋକରେ ହରିଲୁଟ କରାଯାଉଥିବା ଅଭିଯୋଗ ଆସିଛି । ଗ୍ରାହକ ଟିପଚିହ୍ନ ନେବାପରେ ଲିଙ୍କ୍ ପଳେଇଯିବା ବାହାନା କରି ଗ୍ରାହକ ମାନଙ୍କ ଟଙ୍କାକୁ ଏହି ଗ୍ରାହକ ସେବା କେନ୍ଦ୍ର ମାଲିକ ସୋରଜିତ ଉଠାଇନେଇ ଯାଉଥିବା ପୁର୍ବରୁ ଅଭିଯୋଗ ହୋଇଥିଲା । ଏଥର ସରୋକିତ ନୂଆ ଢ଼ଙ୍ଗରେ ଅର୍ଥ ହରିଲୁଟ କରିବା ଯୋଜନା କରି ନିରିହ ଆଦିବାସୀଙ୍କ ଟଙ୍କାକୁ ଚଞ୍ଚକତା କରି ଚାଷିଙ୍କ ଖାତା ରୁ ୯୧000ଟଙ୍କା ଟ୍ରାନ୍ସଫର କରିନେଇଥିବା ଜଣାପଡିଛି ।ମୋଟୁ ପୋଲିସ ତାଙ୍କ ବିରୋଧରେ ୫0/୨0ରେ ଦଫା ୪ 0୩ /୪0୬ /୪୧୭ /୪୧୯ /୪୨0/୩୪ ଏବଂ ୬୬ ଡ଼ି -ଆଇ ଟି ଆକ୍ଟରେ ମାମଲା ରୁଜୁ କରି ମାଲକାନଗିରି କୋର୍ଟକୁ ଚାଲାଣ କରାଯାଇଥିବା ଡ଼ି ଏସ ପି ପ୍ରହଲ୍ଲାଦ ମୀନା ଜଣାଇଛନ୍ତି |ଏପରି ଘଟଣା ଜିଲ୍ଲାରେ ଘଟୁଥିବାରୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *