12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଚାଲାଣଗୁଡା ଠାରେ ଆଲୁରୁ ମୁଠା ମାଉଲୀ ମା’ଙ୍କ ଯାତ୍ରା ଉଦଯାପିତ

ମାଲକାନଗିରି (ସଖପ୍ର):ଚାଲାଣଗୁଡା ଠାରେ ଆୟୋଜିତ ଆଲୁରୁ ମୁଠା ମାଉଲୀ ମା’ଙ୍କ ଯାତ୍ରା ଆଜି ଉଦଯାପିତ ହୋଇଯାଇଛି |ମାଘ ମାସ ଶୁକ୍ଳ ଦଶମୀ ତିଥି ସୋମବାର ସଂଧ୍ଯାରେ ମାଉଲୀ ମା’ଙ୍କୁ ନୂଆଗୁଡା ଠାରୁ ଶ୍ରଦ୍ଧାଳୁମାନେ ସ୍ବତନ୍ତ୍ର ବିମାନରେ ବିଜେ କରାଯାଇ ଚାଲାଣଗୁଡା ଶକ୍ତି ପୀଠରେ ସ୍ଥାପନ କରିଥିଲେ |ପାରମ୍ପାରିକ ଆଦିବାସୀ ବାଦ୍ଯ ,ଭେରୀ ନାଦରେ ଗଗନ ପବନ ମୁଖରିତ ହୋଇଥିଲା |ଶିରୁଆମାନେ ହାତରେ ମୟୂର ପୁଛ ଧରି ମା’ଙ୍କ ସମ୍ମୁଖରେ କାଳସୀ ନୃତ୍ୟ ପରିବେଷଣ କରିଥିଲେ |ମଙ୍ଗଳ ବାର ଦିନ ମାନସୀକଧାରୀ ଶ୍ରଦ୍ଧାଳୁମାନେ ମାଉଲୀ ମା’ ସମୀପରେ ବଳୀ ଭୋଗ ଅର୍ପଣ କରିଥିଲେ |କିଛି କ୍ଷଣ ପାଇଁ ଶକ୍ତି ପୀଠ ସ୍ଥଳଟି ବଳୀ ଦ୍ବାରା ରକ୍ତ ରଂଜିତ ହୋଇଥିଲା |ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନ ଭୋଗର ବ୍ଯବସ୍ଥା କରାଯାଇଥିଲା |ଏହି ଯାତ୍ରା ଲାଗି ଆଲୁରୁ ମୁଠାର ୪୦ ଖଣ୍ଡ ଗ୍ରାମରୁ ଲାଠି ଏବଂ ଗ୍ରାମଦେବୀଙ୍କ ମିଳନ ହୋଇଥିଲା |ମାରିୱାଡା ମୁଠାକୁ ଏହି ଯାତ୍ର ଲାଗି ସ୍ବତନ୍ତ୍ର ନିମନ୍ତ୍ରିତ କରାଯାଇଥିଲା |କୋଭିଡ୍ ନିୟମ ଅନୁସାରେ ମାଉଲୀ ମା’ଯାତ୍ରା ସମାପନ କରାଯାଇଥିଲା |ଏହି ଯାତ୍ରା ଏକ ବର୍ଷ ବ୍ଯବଧାନରେ ଚାଲାଣଗୁଡା ଶକ୍ତି ପୀଠରେ ଆଦିବାସୀ ପୂଜକମାନଙ୍କ ଦ୍ବାରା ପାଳନ କରାଯାଇଥାଏ |ମା’ଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଆଖପାଖରୁ ହଜାର ହଜାର ଲୋକ ଏଠାକୁ ଆସିଥାନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *