01/21/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଚାରି ରାଜ୍ୟକୁ ସଡ଼କ ପଥରେ ବାଟ ଫିଟିଲା…

ମାଲକାନଗିରି :ଆନ୍ଧ୍ର ଓ ଓଡିଶା ସୀମାରେ ସିଲେରୁ ନଦୀ ଉପରେ ହେଉଥିବା କାଲେରୁ ସେତୁ ଉଦଘାଟିତ ହୋଇଛି |ଏହି ସେତୁ ପ୍ରାୟ ବର୍ଷେ ହେବ ଆନ୍ଧ୍ର ସରକାର ଦ୍ୱାରା ନିର୍ମାଣ କରାଯାଇଥିଲା କିନ୍ତୁ ଓଡିଶା ପଟେ ଥିବା ୩ ଶହ ମିଟର ଆପ୍ରୋଚ ରାସ୍ତା ହେବାରେ ବିଳମ୍ବ ହେଲା |ଏହି ୩ ଶହ ମିଟର ରାସ୍ତା ପାଇଁ ୧. ୭0କୋଟି ଖର୍ଚ୍ଚ କରି ଜାତୀୟ ରାଜପଥ ପ୍ରାଧିକରଣ ମାଧ୍ୟମରେ କରାଗଲା |ଏହି ସେତୁ ରାଞ୍ଚି -ବିଜୟୱାଡା ୩୨୬ ଜାତୀୟ ରାଜପଥକୁ ସଂଯୋଗ କରୁଛି |ଏହା ଦ୍ୱାରା ଓଡିଶା ଲୋକେ ବିଶାଖାପାଟଣା, ଭଦ୍ରାଚଲମ, କାକିନାଡା, ଖମାମ ଓ ଛତିଶଗଡ ର ବିଭିନ୍ନ ଅଂଚଳକୁ ସୁବିଧାରେ ଯାଇପାରିବେ |ଏହି ଉଦଘାଟନ ଉତ୍ସବରେ ଆନ୍ଧ୍ର ପ୍ରଦେଶର ପରିବହନ ବିଭାଗ ଯୁଗ୍ମ ସଚିବ ଚକ୍ରଧର ବାବୁ, ପୂର୍ବ ଗୋଦାବରୀ ଜିଲ୍ଲାପାଳ ଏ. ମୁରଲୀଧର, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ବାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପୋଡ଼ିଆମୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ଓ ଜିଲ୍ଲାର ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ |ସୂଚନା ଯୋଗ୍ୟ ଯେ, ଏହି ସେତୁ ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ବାରମ୍ବାର ଉଦ୍ୟମକ୍ରମେ ଆନ୍ଧ୍ର ସରକାର ଏହି ସେତୁ ନିର୍ମାଣ କରିଥିଲେ |

ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ (ସ ବ ଖ )

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *