ଚାରି ପିଲାଙ୍କ ପାଇଁ ଦେବଦୂତ ପାଲଟିଲେ ସାଂସଦ…..
ମାଲକାନଗିରି (ସ.ଖ.ପ୍ର ): ସାରା ରାଜ୍ୟରେ ଜାରି ରହିଛି ବର୍ଷା। ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ହନ୍ତସନ୍ତ । ଏପରି ସମୟରେ ସାଂସଦ ରମେଶ ମାଝୀ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ମାଲାଭରମ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଡ଼ିଆମିଗୁଡା ଗ୍ରାମକୁ ଗସ୍ତ କରିଛନ୍ତି । ଏଠାରେ ଥିବା ବାପାମା’ ଛେଉଣ୍ଡ ୪ ପିଲାଙ୍କୁ ଭେଟିଛନ୍ତି।ଏଠାରେ ଗୋଟିଏ ପରିବାରର ବାପା ଓ ମାଆ ସାପ କାମୁଡାରେ ପ୍ରାଣ ହରାଇଥିଲେ । ଫଳରେ ସେମାନଙ୍କ ତିନି ଝିଅ ଏବଂ ଜଣେ ପୁଅ ଅସହାୟ ହୋଇଯାଇଛନ୍ତି । ଏହି ହୃଦୟବିଦାରକ ଖବର ପାଇ ସାଂସଦ ରମେଶ ଚନ୍ଦ୍ର ମାଝୀ ତୁରନ୍ତ ଉକ୍ତ ପରିବାର ନିକଟରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ବିଚାର ବିମର୍ଷ କରିଛନ୍ତି ।ଉକ୍ତ ଅସହାୟ ପିଲାଙ୍କୁ ଭୁବନେଶ୍ୱର କିସ୍ ବିଦ୍ୟାଳୟରେ ପାଠ ପଢ଼ାଇବା ବ୍ୟବସ୍ଥା କରିବା ସହିତ ପରିବାରକୁ ପ୍ରଶାସନ ପକ୍ଷରୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାର ନିର୍ଭର ପ୍ରତିଶୃତି ଦେଇଛନ୍ତି |ପ୍ରବଳ ବର୍ଷା ସମୟରେ ସାଂସଦଙ୍କ ଏଭଳି ମାନବିକତା ଦେଖେଇବାକୁ ଅଂଚଳବାସୀ ପ୍ରଶଂସା କରିଛନ୍ତି |