November 18, 2025

Sabubarga Khabar

All category news

ଚାମ୍ବର ଅଫ କମର୍ସ, କୋଟପାଡ଼ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

କୋରାପୁଟଜିଲ୍ଲା/କୋଟପାଡ଼-୨୫/୬ : ସହରର ଜଣେ ବିଶିଷ୍ଟ ବ୍ୟବସାୟୀ ତଥା ମିଷ୍ଟଭାଷୀ ବ୍ୟକ୍ତିତ୍ୱ ଶ୍ରୀଯୁକ୍ତ ରଫିକ ବାବୁଙ୍କ ବିୟୋଗରେ ଆଜି କୋଟପାଡ଼ ଚାମ୍ବର ଅଫ କମର୍ସ ତରଫରୁ ଏକ ଶୋକ ଶୋଭାର ଆୟୋଜନ, ଗୋପବନ୍ଧୁ ପାଠାଗାର ଠାରେ କରାଯାଇଥିଲା । ଗତ କିଛି ମାସ ଧରି ଅସୁସ୍ଥତା ଭିତରେ ଗତି କରୁଥିବା ରଫିକ ବାବୁ ,୬୩ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି। ଶୋକ ସନ୍ତପ୍ତ ପରିବାର କୁ ଧର୍ଯ୍ୟ ଆଉ ସହନ ଶିଳତା ଦେବା ପାଇଁ ଭଗବାନଙ୍କୁ କାମନା କରି ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ନିମନ୍ତ୍ରିତ ଅତିଥି ଭାବରେ ସହରର ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସ୍ମୃତି ଚାରଣ କରାଯାଇଥିଲା।ସଭାପତି ଗଣେଶ ପଣ୍ଡାଙ୍କ ଆବାହନରେ ବରିଷ୍ଟ ଆଇନ ଯିବି ପଙ୍କଜ ପାତ୍ର, କିଶୋର ମିଶ୍ର, ରାଜେନ୍ଦ୍ର ନାୟକ ପୂର୍ବତନ ଏନଏସି ଅଧକ୍ଷ ଶ୍ରୀ ଏମ.ଶଙ୍କର ରାଓ, ରାମଚନ୍ଦ୍ର ବେବୋର୍ତା, ନରସିଂହ ବେହେରା, ଟୁନା ହୋତା, ସେଙ୍କୁ ଭାଇ, ସମ୍ପାଦକ ଅଜିତ ପାତ୍ର, ଦେବୀ ପ୍ରସାଦ ପଣ୍ଡା, ସୁକାନ୍ତ ମିଶ୍ର, ଫାରୁକ ବାବୁ, ଇଲିଆସ ବାବୁ ସହ ଚାମ୍ବର ର ଅନ୍ୟାନ୍ୟ ସଦସ୍ୟ ଓ ସ୍ୱର୍ଗତ ରଫିକ ବାବୁଙ୍କ ପରିବାରର କିଛି ସଦସ୍ୟ ଉପସ୍ଥିତ ଥିଲେ।

ପ୍ରତିନିଧି ଭବାନୀ ପ୍ରସାଦ ପାଢୀ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.