ଚାନ୍ଦିପୁରରେ ‘ପିନାକ’ର 3 ଥର ବ୍ୟବହାରିକ ପରୀକ୍ଷଣ
ବାଲେଶ୍ୱର: ମଲ୍ଟି ବ୍ୟାରେଲ୍ ରକେଟ୍ ଲଞ୍ଚର ‘ପିନାକ’ର ସଫଳ ପରୀକ୍ଷଣ । ମଙ୍ଗଳବାର ସକାଳ 10ଟା 54ରେ ବାଲେଶ୍ବର ଚାନ୍ଦିପୁରଠାରେ ଥିବା ଗୋଳା ବାରୁଦ ପରୀକ୍ଷଣ କେନ୍ଦ୍ରରୁ ରକେଟ୍ ଲଞ୍ଚର ‘ପିନାକ’ର ବ୍ୟବହାରିକ ପରୀକ୍ଷଣ କରାଯାଇଛି । ସେହିପରି କ୍ରମାଗତ ଭାବେ 11ଟା28 ଓ 12ଟା 03ରେ ମଧ୍ୟ ଏହାର ପରୀକ୍ଷଣ ହୋଇଛି ।
ପିନାକ ରକେଟ ଲଞ୍ଚରରୁ ମାତ୍ର ୪୪ ସେକେଣ୍ଡରେ ୧୨ଟି ରକେଟ ବିଭିନ୍ନ ଦିଗକୁ ଛଡ଼ା ଯାଇଥିଲା ।
ଏହି ରକେଟର ଲକ୍ଷ୍ୟ ଭେଦ କ୍ଷମତା 75 କିଲୋମିଟର ହୋଇଥିବା ବେଳେ ପିଏକ୍ସଇ ପକ୍ଷରୁ ଏହି ପରୀକ୍ଷା କରାଯାଇଥାଏ। ପୁଣେସ୍ଥିତ ଆର୍ମାମେଣ୍ଟ ରିସର୍ଚ୍ଚ ଆଣ୍ଡ ଡେଭେଲପ୍ମେଣ୍ଟ ଏଷ୍ଟାବ୍ଲିସ୍ମେଣ୍ଟ(ଏଆରଡିଇ) ଓ ହାଇଦ୍ରାବାଦସ୍ଥିତ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପ୍ମେଣ୍ଟ ଲାବ୍ରୋଟୋରୀ(ଡିଆର୍ଡିଏଲ୍) ଦ୍ୱାରା ଏହାକୁ ବିକଶିତ କରାଯାଇଛି । ଏହାକୁ ପ୍ରଥମ କରି ୧୯୯୯ କାରଗିଲ ଯୁଦ୍ଧରେ ବ୍ୟବହାର କରାଯାଇଥିଲା। ଏହାକୁ ପ୍ରତିରକ୍ଷା ଗବେଷଣା ଓ ଅନୁସନ୍ଧାନ ପ୍ରତିଷ୍ଠାନ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଏବଂ ବିକଶିତ କରାଯାଇଛି ।