05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଚାଟ ଖାଇବା ବେଳେ ଚଢ଼ିଗଲା ମିନିଟ୍ରକ, ଜଣେ ମୃତ , ୩ଜଣ ଯୁବକ ଗୁରୁତର

ଭଦ୍ରକ: ୯/୬ (ସ୍ପା) ରବିବାର ସଂଧ୍ୟାରେ ଧାମନଗର ଥାନା ଅଧିନସ୍ଥ ଚୂଡ଼ାକୁଟି ନିକଟସ୍ଥ ନାରାୟଣପୁର ଛକରେ ୩ଜଣ ଯୁୁବକ ଚାଟ ଖାଉଥିବାବେଳେ, ଏକ ମିନିଟ୍ରକ ଦ୍ରୁତଗତିରେ ଆସି ସେମାନଙ୍କ ଉପରେ ଚଢ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ନାରାୟଣପୁର ଗ୍ରାମର ୩ଜଣ ଯୁବକ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ । କିନ୍ତୁ ଡ଼ାକ୍ତର ସୌଭାଗ୍ୟ ଧଳ(୨୦)ଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ୨ଗୁରୁତର ଯୁବକ ସନ୍ତୋଷ ଜେନା(୩୨) ଓ ଦୁର୍ଗାପ୍ରସନ୍ନ ପଣ୍ଡା(୨୨) ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *