01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଚାକିରୀ କରାଇଦେବା ନାମରେ ଠକେଇ ଅଭିଯୋଗ

କୋରାପୁଟ: ହ୍ୟୁମାନ ରାଇଟ୍ସ ଓ ଓଡିଶା ୱେଲଫେର ସଂସ୍ଥା ନାଁରେ ଠକେଇ । ଏହି ସଂସ୍ଥାରେ ଏକ ନିଯୁକ୍ତି ମେଳା ହେଉଥିବା ଦର୍ଶାଇ କୋରାପୁଟର ଜନୈକ ଯୁବକ ଗଙ୍ଗାଧର ସାଗର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ନଅ ଜଣ ଯୁବକ ଯୁବତୀଙ୍କ ଠାରୁ ଚାରି ହଜାର ଟଙ୍କା ଲେଖାଏଁ ନେଇଥିବା ଅଭିଯୋଗ ହୋଇଛି । କୋରାପୁଟ ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ କହିବାନୁଯାୟୀ ଗଙ୍ଗାଧର ସହରର ଏକ ହୋଟେଲରେ ନନ୍ଦପୁର ଓ ପାଡୁଆ ଭଳି ଉପାନ୍ତ ଅଂଚଳର ଯୁବକ ଯୁବତୀଙ୍କୁ ସଂସ୍ଥା ଦ୍ବାରା ଆସନ୍ତା ଦିନରେ ଆରମ୍ଭ ହେବାକୁ ଥିବା ପ୍ରକଳ୍ପରେ ନିଯୁକ୍ତି ଦେବାର ଲୋଭ ଦେଖାଇ ସମୁଦାୟ 36 ହଜାର ଟଙ୍କା ଆଦାୟ କରିଥିଲା । ତେବେ ଯୁବକ ଜଣକ ସେ ସଂସ୍ଥାର ରସିଦ କିମ୍ବା କୌଣସି କାଗଜପତ୍ର ଦେଖାଇ ନ ପାରିବାରୁ ଯୁବକ ଯୁବତୀମାନେ ପୋଲିସକୁ ଜଣାଇଥିଲେ । ପୋଲିସ ଗଙ୍ଗାଧରକୁ ଥାନାରେ ବସାଇ ପଚରାଉଚୁରା ଆରମ୍ଭ କରିଛି । ଚାକିରି ଅଭାବ ଥିବା ସମୟରେ ଚାକିରି ମିଳିବାର ସ୍ବପ୍ନ ଦେଖାଇବା ଯୋଗୁଁ ଗଙ୍ଗାଧରକୁ ଅର୍ଥ ଦେଇଥିବା ଅଭିଯୋଗକାରୀ ମାନେ ଜଣାଇଥିବା ବେଳେ ଆସନ୍ତା ପନ୍ଦର ତାରିଖରେ ସେହି ସଂସ୍ଥାର ଲୋକେ କୋରାପୁଟ ଆସି ନିଯୁକ୍ତି ପ୍ରକ୍ରିୟାକୁ ଆଗକୁ ନେଇଥାନ୍ତେ ବୋଲି ଗଙ୍ଗାଧର ଜଣାଇଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *