ଚଳନ୍ତି ଓ ପ୍ରତ୍ୟକ୍ଷ ଦେବୀ ଶ୍ରୀଶ୍ରୀଶ୍ରୀ ଅଗ୍ନି ଗଙ୍ଗାମ୍ମା,ରାୟଗଡା
ରାୟଗଡାଜିଲ୍ଲା: ଆନ୍ଧ୍ର ପ୍ରଦେଶ କୋରାପୁଟ ତଥା ରାୟଗଡା ଜ଼ିଲ୍ଲାର ସୀମାନ୍ତ ଅଂଚଳ କୋରାପୁଟ ଜ଼ିଲ୍ଲାର ବନ୍ଧୁଗାଁ ବ୍ଲକ ର ନୀଲାବାଡ଼ୀ ଗ୍ରାମରେ ଶ୍ରୀ ଅଗ୍ନି ଗଙ୍ଗାମ୍ମା ପୂଜା ପାଉଛନ୍ତି ଯାହାଙ୍କ ମହିମା ଅପାର ସେ ସଦାସର୍ବଦା ଭକ୍ତଙ୍କ ଝୋଲି ଭରିଦିଅନ୍ତି । ଯେଉଁ ଭକ୍ତ ଭକ୍ତିରେ ମାଁ ଙ୍କ ଠାରେ ପୂଜାର୍ଚ୍ଚନା କରି ମନସ୍କାମନା ରଖନ୍ତି ତାହା ନିଶ୍ଚିତ ଭାବେ ପୂରଣ ହୁଏ । ଆଜି ଆମେ ସେହି ମାଁ ଙ୍କ ବିଷୟରେ କହିବାକୁ ଯାଉଛୁ ରାୟଗଡା ସହର ଠାରୁ ମାତ୍ର 55କିଲୋମିଟର ଦୂରରେ ମାଁ ଙ୍କ ମନ୍ଦିର ଅବସ୍ଥିତ ମାଁ ଙ୍କ ଦର୍ଶନ ନିମନ୍ତେ ବସ ରୁଟ ହିଁ ଏକ ମାତ୍ର ରାସ୍ତା ଶ୍ରଦ୍ଧାଳୁ ଗଣ ମାଁ ଙ୍କ ଦର୍ଶନ ନିମନ୍ତେ ବସ, ମୋଟର ସାଇକେଲ, ଅଟୋ ଯୋଗେ ଯାଆନ୍ତି । ରାୟଗଡା କୋରାପୁଟ ଜାତୀୟ ରାଜପଥରେ ପ୍ରାୟ 20କିଲୋମିଟର ଗଲା ପରେ ଫୁଲକନା ନାମକ ଏକ ଛକ ପଡେ ସେହି ଛକ ଦେଇ ପାହାଡ଼ ପର୍ବତ ମାଳା ଅତିକ୍ରମ କରି କିମ୍ବାରିପୁଟ ଦେଇ ନୀଲାବାଡ଼ୀରେ ପହଂଚି ମାଁ ଙ୍କ ଦର୍ଶନ କରିଥାନ୍ତି। ମାଁ ସେହି ସ୍ଥାନରେ କିପରି ଭାବେ ଅଗ୍ନି ଗଙ୍ଗାମ୍ମା ରୂପେ ଆବିର୍ଭାବ ହେଲେ ତାହା ବହୁ ରହସ୍ୟ ପୂର୍ଣ୍ଣ । ପୂର୍ବ କାଳରେ 1713-1752 ଖ୍ରୀଷ୍ଟାଦ୍ଦ ରେ ଓଡିଶା ରାଜ୍ୟର ଜୟପୁରରେ ମହାବୀର ଦ୍ୱତୀୟ ବିଶ୍ୱମ୍ବର ଦେବ ନାମକ ଏକ ରାଜା ରାଜୁତି କରୁଥିଲେ। ତାଙ୍କରି ଶାସନ କାଳରେ ପ୍ରଜାମାନେ ଅତି ସୁଖରେ କାଳ କାଟୁଥିଲେ କିନ୍ତୁ ଭିଲ୍ଲ ଜାତିର ଲୋକେ ଭୟଙ୍କର ବନ୍ୟଜନ୍ତୁଙ୍କ ଶିକାର ହେଉଥିଲେ। ଏହି ଭିଲ୍ଲ ମାନେ ନିଜର ଜୀବନ ରକ୍ଷା ନିମନ୍ତେ ଦିନେ ରାଜ ଦରବାରରେ ରାଜ ସଭା ଚାଲୁଥିବା ସମୟରେ ରାଜାଙ୍କୁ ଦର୍ଶନ କରି ସେମାନେ କିପରି ଭୟଙ୍କର ବନ୍ୟଜନ୍ତୁଙ୍କ ଶିକାର ହୋଇ ନିଜର ଜୀବନ ତ୍ୟାଗ କରୁଛନ୍ତି ତାହା ରାଜାଙ୍କୁ ଜଣାଇଥିଲେ ଓ ନିଜ ନିଜ ର ଜୀବନ ରକ୍ଷା ନିମନ୍ତେ ଗୁହାରି କରିଥିଲେ । ରାଜା ସେମାନଙ୍କ ଜୀବନ ରକ୍ଷା ନିମନ୍ତେ ପ୍ରତିଶୃତି ଦେଇଥିଲେ । ନିଜର ପ୍ରତିଶୃତି ରକ୍ଷା ନିମନ୍ତେ ରାଜା ନିଜର ମନ୍ତ୍ରୀ ସୈନ୍ୟ ପ୍ରହରୀଙ୍କ ସହ ଅରଣ୍ୟକୁ ଯାଇ ତିନି ଦିନ ଧରି ବହୁ ଭୟଙ୍କର ବନ୍ୟଜନ୍ତୁକୁ ମାରି ଭିଲ୍ଲ ମାନଙ୍କ ଜୀବନ ରକ୍ଷା କରିଥିଲେ ଓ ତୃତୀୟ ଦିନ ସନ୍ଧ୍ୟା ହେବାରୁ ଅରଣ୍ୟ ମଧ୍ୟରେ ତମ୍ବୁ ଟାଣି ରାତ୍ରି ବିଶ୍ରାମ କରି ସଖାଳୁ ରାଜଧାନୀ ଅଭିମୁଖେ ଯିବା ନିମନ୍ତେ ସ୍ଥିର କରି ରାତ୍ରୀ ତମ୍ବୁ ମଧ୍ୟରେ ରାଜା ନିଜର ପରିବାରଙ୍କ ସହିତ ବିଶ୍ରାମ ନିଅନ୍ତି। ବାହାରେ ପ୍ରହରୀ ମାନେ ପଇଁତରା ମାରୁଥାନ୍ତି । ଠିକ ଏହି ସମୟରେ ଦୂରରୁ ଏକ ପକ୍ଷୀର ବିକଟାଳ ଶବ୍ଦ ଶୁଣାଗଲା । ସଂଗେ ସଂଗେ ସମଗ୍ର ଅରଣ୍ୟ ମଧ୍ୟରେ ପକ୍ଷୀର ରାବରେ ପ୍ରତିଧ୍ଵନିତ ହେବାରେ ଲାଗିଲା। ତାହା ସାଙ୍ଗକୁ ଶୃଗାଳ ମାନଙ୍କ ଭୟଙ୍କର ଶବ୍ଦ ଶୁଣାଗଲା। ଏହି ଭୀଷଣ ପବନ ସାଙ୍ଗକୁ ଝଡ଼ ବର୍ଷା ଆରମ୍ଭ ହେଲା। ପବନର ଛୋଟ ବଡ଼ ଗଛ ମନକୁ ମନ ଉପୁଡିବାରେ ଲାଗିଲା। ଅରଣ୍ୟ ମଧ୍ୟରେ ରହୁଥିବା ସମସ୍ତ ଜୀବଜନ୍ତୁ ପକ୍ଷୀ ଗଣ ଏକ ବୃକ୍ଷ ମୂଳେ ଆଶ୍ରୟ ନେଇ ମୃତ୍ୟୁ ବରଣ କରିଲେ। ଏଣେ ତମ୍ବୁ ପବନରେ ଉଡ଼ିଗଲା ଓ ସେହି ସ୍ଥାନରେ ମଶାଲ ନିର୍ବାପିତ ହେଲା। ଘନ ଅନ୍ଧକାରରେ ପ୍ରହରୀ ମାନେ ଦିଗ ଜାଣି ନ ପାରି ଧାଇଁବାରେ ଲାଗିଲେ। ପ୍ରହରୀଙ୍କ ବିକଳ ଚିତ୍କାର ଶୁଣି ରାଜା ବାହାରକୁ ଆସି କିଛିକ୍ଷଣ ସ୍ତବ୍ଧ ହୋଇଗଲେ ଓ ମନ୍ତ୍ରୀଙ୍କୁ ଡାକ ପକାଇଲେ । ତମ୍ବୁ ଉଡିଯିବାରୁ ରାଜା ବଟବୃକ୍ଷର ଓହଳକୁ ଧରି ନିଜର ପ୍ରାଣ ରକ୍ଷା କରିଥିଲେ କିନ୍ତୁ ପରିବାର ମନ୍ତ୍ରୀ ସୈନ୍ୟ ପ୍ରହରୀ କୁଆଡେ ଗଲେ କିଛି ଜଣା ଗଲା ନାହିଁ । ରାଜା ଏହି ସମୟରେ ନିଜର ଇଷ୍ଟ ଦେବୀ ମାଁ ଦୁର୍ଗାଙ୍କୁ ବିକଳର ସହିତ ନିଜ ପରିବାର ରକ୍ଷା ନିମନ୍ତେ ପ୍ରାର୍ଥନା କରିଲେ ଓ ମାଁଙ୍କ ପ୍ରତି ଭକ୍ତିରେ ହୃଦୟ ବିଗଲିତ ହେଲା। କିଛି ସମୟ ପରେ ରାଜା ଭୂମିରେ ପଡିଗଲେ। ଏହି ସମୟରେ ରାଜା ପ୍ରାଣ ମୁର୍ଚ୍ଛା ଅବସ୍ଥାରେ ପଡିଥାନ୍ତି । ବର୍ଷା ସମ୍ପୂର୍ଣ୍ଣ ରୂପେ କମିଯାଇ ଏକ ଅଦ୍ଭୁତ ପରିସ୍ଥିତି ସୃଷ୍ଟି ହୋଇଥିଲା ପରିବେଶ ମଧ୍ୟ୍ୟ ଶାନ୍ତ ଶୀତଳ ହୋଇଯାଇଥିଲା ଠିକ ଏହି ସମୟରେ ଏକ ଦିବ୍ୟ ତେଜ ଦୃଶ୍ୟମାନ ହେଲା ସେହି କାନ୍ତି ମଧ୍ୟରୁ ଏକ ଆଠ ବର୍ଷ ର ବାଳିକା ପ୍ରତ୍ୟକ୍ଷ ହେଲେ ସେହି ବାଳିକା ଜଣକ
ଅପୂର୍ବ ଶୋଭା ରେ ଝଲସିଥୁଲେ ସେ ନିଜର ପରିବାର ଙ୍କ ସହିତ ଫଳ ମୂଳ ବାଉଁଶ ନଳୀରେ ପାଣି ଓ ହାଣ୍ଡି ରର ଅଗ୍ନି ଆଣି ରାଜାଙ୍କୁ ନିଆଁରେ ସେକ ଦେଇ ଶୋଷ ମେଣ୍ଟାଇଵା ନିମନ୍ତେ ଜଳ ଦାନ କରିଥିଲେ ରାଜନ ମୁଣ୍ଡରୁ ରକ୍ତ ସଫା କରିଦେଇଥିଲେ ନିଜର କମଳ ହସ୍ତ ରର ରାଜାଙ୍କୁ ଛୁଇଁ ନିଜର କେଶ ରାଶି ଦ୍ୱାରା ରାଜାଙ୍କର ମସ୍ତକ କୁଆଡେ କେଶ ରେ ସୁଶୋଭିତକରିଥିଲେ ଓ ମଧୁର ଫଳ ରାଜାଙ୍କୁ ଖାଇବା କୁ ଦେଇଥିଲେ ଫଳ ଭକ୍ଷଣ କରି ରାଜା ଉଠି ପ୍ରକୃତିସ୍ଥ ହୋଇ ପ୍ରାଣଦାତ୍ରି ମାଁ ଙ୍କୁ ନିଜର ବିନମ୍ର ପ୍ରଣାମ ଜଣାଇଲେ ଓ ରାଜା ବିନମ୍ରତା ର ସହିତ ହାତ ଯୋଡି ମାଁ ଏଭଳି ବିପଦ ସମୟରେ ମୋର ରକ୍ଷା ପାଇଁ ଆସିଛ ମୁଁ ତୁମ କୁଆଡେ ନିତ୍ୟ ପୂଜା କରିଵା ପାଇଁ ମୋତେ ମୋର ପରିବାର କୁଆଡେ ସୁଯୋଗ ଦେବା ଲାଗି ବର ପ୍ରାର୍ଥନା କରିଥିଲେ ମା ମୋର ରାଜ୍ୟର ଜେ କୌଣସି ସ୍ଥାନ ରେ ତୁମର ଇଛା ରେ ନିବାସ କରିବା ପାଇଁ ମୋର ଅନୁରୋଧ ଏହା ଶୁଣି ବାଳିକା ସହସ୍ୟ ବଦନରେ କନ୍ଦମୂଳ ଫଳ ରାଜାଙ୍କ ହସ୍ତରେ ଅର୍ପଣକଲେଏହାପରେ ରାଜା କହିଲେ ମାଆ ମୋର ପରିବାର ମନ୍ତ୍ରୀ ସୈନ୍ୟ ଗଣ କୁଆଡେ ଗଲେ ବର୍ତମାନ ମୁଁ ଏକାକୀ ମୁଁ ରାଜ୍ୟକୁ ଫେରି କଣ କରିବି ଏହା ବାଳିକା ତି ସ୍ମିତହାସ୍ୟର ସହିତ ବାମ ଆଙ୍ଗୁଳି ଦ୍ୱାରା ନିର୍ଦେଶ କରୁଥିବା ଦିଗରୁ ରାଜାଙ୍କ ପରିବାର ମନ୍ତ୍ରୀ ସହିତ ପ୍ରତ୍ୟାବର୍ତ୍ତନ କରୁଥିବା ର ଦେଖାଗଲା କିଛି ମୁହୂର୍ତ ରେ ରଜ ପରିବାର ଓ ମନ୍ତ୍ରୀ ରାଜାଙ୍କ ନିକଟରେ ଉପସ୍ଥିତ ହେଲେ ରାଜା ସେମାନଂକୁ ରାଜା କନ୍ଦମୂଳ ଫଳ ପ୍ରଦାନ କରିଲେ ଖାଇବା ପାଇଁ ମନ୍ତ୍ରୀ ରାଜା ଙ୍କୁ ପଚାରିଲେ କନ୍ଦମୂଳ ଫଳ ଅଗ୍ନି କେଉଁଠାରୁ ଆସିଲା ବୋଲି ପ୍ରଶ୍ନ କରିଥିଲେ ଏହି ମାନଙ୍କୁ ଦେଖି ଦୃଶ୍ୟମନ ବାଳିକା ଅଦୃଶ୍ୟ ହୋଇଗଲେ ବୋଲି ବୁଝିପାରିଲେ ରାଜା ବାଳିକା କୁ ସାଷ୍ଟାଙ୍ଗ ପ୍ରଣାମ କରି କହିଲେ ମାଆ ତୁମେ ଆମ କୁ ଶୀତ ରୁ ରକ୍ଷା ପାଇଁ ଅଗ୍ନି ତୃଶା ନିବାରଣ ପାଇଁ ଗଙ୍ଗା ଓ କ୍ଷୁଦାନିବାରଣ ପାଇଁ ମାଆ ପରି ଫଳ ମୂଳ ପ୍ରଦାନ କରି ଆମକୁ ପୁନର୍ଜନ୍ମ ଦେଇଛ ତେଣୁକରି ଅଗ୍ନି +ଗଙ୍ଗା +ଆମା ମିଶାଇ ତୁମର ନାମ ଆଜିଠାରୁ ଅଗ୍ନିଗଙ୍ଗାମାଆ ନାମରେ ଭକ୍ତ ପ୍ରତିଦିନ ସ୍ମରଣ କରି ପୂଜା କରିବେ ସେତେବେଳେ ରାଜା ଅରଣ୍ୟ ବାସୀଙ୍କୁ ଡାକି ମାଆ ଙ୍କ ମହିମା ବିଷୟରେ ବର୍ଣନା କରିଲେ ଓ କଳସ ରେ ପାଣି ରଖିମାଆ ଙ୍କ ପୂଜା ପାଇଁ ଆଦେଶ ଦେଲେ ଆଜି ସେହି ଅରଣ୍ୟ ପ୍ରଦେଶ ଗୁଣୁପୁର ଗୁଡ଼ାରୀ ରୂପେ ଲୋକମୁଖରେ କଥିତ ଫାଲାଗୁନ ମାସ ଅମାବାସ୍ୟା ପରେ ଦ୍ୱତୀୟ ସମବାର ଠାରୁ ମାଆ ଙ୍କ ନବ ଦିନ ବ୍ୟାପି ଯାତ୍ରା ଅନୁଷ୍ଠିତ ହେବ ବୋଲି ରାଜା ବିଧାନ କଲେ ମାଁ ଙ୍କ ପଛରେ ରାଜା ପରିବାର ମନ୍ତ୍ରୀ ଚାଲିଲେ ବଣ ଡ଼ଙ୍ଗର ପାହାଡ଼ ନଦୀ ନାଳ ଅତିକ୍ରମ କରି ଚାଲିଲେ ଏହି ସମୟରେ ସେମାନେ ଭୋକ ଶୋସ ଭୁଲିଗଲେ ଇତି ମଧ୍ୟରେ ଏକ ରମଣୀୟ ପୁଷ୍ପଲତା ଶୋଭିତ ଏକ ସ୍ଥାନ ଦେଖାଗଲା ଓ ମାଁ ଙ୍କୁ ସେହି ପୁଷ୍ପରାଶିର ଅପୂର୍ବ ଶୋଭା ରେ ମଣ୍ଡିତ କରାଗଲା ସେହି ସ୍ଥାନ କୁ ରାଜା ମନ୍ତ୍ରୀ ଙ୍କ ସହିତ ବିଚାର କରି ଫୁଲକୋନା ନାମରେ ନାମିତ କରିଲେ ଯାହାକି ରାୟଗଡା ରୁ କୋରାପୁଟ ଯିବା ସମୟରେ ପଡୁଛି ସେହିଠାରୁ ମା ଙ୍କ ପଛେ ପଛେ ରଜ ପରିବାର ଚାଲିଲେ ରାଜା ଙ୍କୁ ଦେଖି ଏକ କୁମ୍ଭାର ଗୋଟିଏ ପୁଟି ମାଣରେ ଫୁଲ ଭର୍ତ୍ତି କରି ରାଜାଙ୍କୁ ଉପହାର ଦେଵା ନିମନ୍ତେ ଆସିଲା ତାକୁ ଦେଖି ରାଜା କୁମ୍ଭକର କୁ କହିଲେ ଜେ ଘୋଡା ଉପରେ ବସିଥିବା ମାଁ ଅଗ୍ନିଗଙ୍ଗାମା ଆମକୁ ରକ୍ଷା କରି ପୁନର୍ଜନ୍ମ ଦେଇଛନ୍ତି ସେହି କୁମ୍ଭାରକୁ ଘୋଡା ଦେଖାଯାଉଛି କିନ୍ତୁ ମାଁ ଦୃଶ୍ୟ ମନ ହେଉନଥିଲେ ତଥାପି ସେହି କୁମ୍ଭାର ସେହି ଘୋଡା କୁ ପୂଜା କଲେ କିନ୍ତୁ ସେହି ଫୁଲ ଟି ମାଁ ଙ୍କ ଉପରେ ପଡିଲା ଏହା ଦେଖି ରାଜା କୁମ୍ଭାର ପୁଟି ରେ ଫୁଲ ଆଣିଥିବା ରୁ ସେହି ସ୍ଥାନ କୁ ରାଜା କୁମ୍ଭାରୀପୁଟ ନାମ ରଖିଥିଲେ ତାହା ପରେ ପରେ ଆଗେ ମା ପଛରେ ରଜ ପରିବାର ଚାଲିଥାନ୍ତି ବାହୁ ସମୟ ଚାଲିଲା ପରେ ଏକ ଛୋଟ ପଲି ଗ୍ରାମ ନିକଟରେ ପହଂଚିଥିଲେ ସେଠାରେ ଥିବା ଏକ ଫାଶୀ ଗଛ ପାଖରେ ମାଁ ଅଦୃଶ୍ୟ ହୋଇଗଲେ ରାଜା ଆଶ୍ଚର୍ଯ୍ୟ ହୋଇ ସେହି ଫାଶୀ ଗଛ ମୂଳ ରେ ଏକ ମୂର୍ତ୍ତି ଦେଖିବାକୁ ପାଇଥିଲେ ରାଜା ତୁରନ୍ତ ସୈନ୍ୟ ପଠାଇ ନିକଟରେ ଥିବା ଗ୍ରାମ ବାସୀଙ୍କ ଡାକିଥିଲେ ଓ କହିଥିଲେ ଏହା ହେଉଛି ମା ଙ୍କ ପ୍ରିୟ ସ୍ଥାନ ବୋଲି ଗା ଲୋକଙ୍କୁ ବୁଝାଇ ଥିଲେ ଓ ମା ଙ୍କ ପରିଚୟ ଦେଇ କହିଲେ ଏହି ମୂର୍ତ୍ତି ହେଉଛନ୍ତି ମା ଅଗ୍ନିଗଙ୍ଗାମାଁ ଜେ କି ଆମ କୁ ବିପଦ ରୁ ଉଦ୍ଧାର କରିଛନ୍ତି ସେ ଏଣିକି ଏହି ସ୍ଥାନ ରେ ପୂଜା ପାଇବେ ଓ ପ୍ରତ୍ୟେକ ବର୍ଷ ଏହିଠାରେ ଯାତ୍ରା ଅନୁଷ୍ଠିତ ହେବ ଆଦିମ ଜନଜାତି ମଧ୍ୟରୁg ଜଣ କୁ ପୂଜାରୀ ଓ ଗାଦଵା ଜାତିର ଲୋକଙ୍କୁ ବେଶ ହୋଇ ମାଁଙ୍କର ମନରଞ୍ଜନ କରିବା ତଥା ହାଡ଼ି ଜାତିର ଜଣକୁ ମାଁ ଙ୍କ ର ଉପସ୍ଥିତ ଗ୍ରାମ ରେ ଜଣାଇବା ପାଇଁ ଆଦେଶ ଦେଇଥିଲେ ଫାଲଗୁନ ମାସ ଅମାବାସ୍ୟା ପରେ ଠାରୁ ଦ୍ୱତୀୟ ସମବାର ଦିନ ଠାରୁ ମା ଙ୍କ ନବ ଦିନ ବ୍ୟାପି ଯାତ୍ରା ଅନୁଷ୍ଠିତ ହେବ ବୋଲି ରାଜା ଘୋଷଣା କଲେ ଆଜି ଠାରୁ ପ୍ରତ୍ୟେକ ବର୍ଷ ଏହି ଦିନ ରେ ମା ଙ୍କ ସାତ ଦିନ ବ୍ୟାପି ଯାତ୍ରା ହେବ ବୋଲି ସ୍ଥିର ହେଲା କିନ୍ତୁ ହାଡ଼ି ଆସି ନବ ଦିନ ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ବାଉଁଶ ରେ ମଶାଲ ତିଆରି କଲେ ନ ଦିନ ପର୍ଯ୍ୟନ୍ତ ଯାତ୍ରା ଅନୁଷ୍ଠିତ ହେଲା ଯାତ୍ରା ଶେଷ ହେବା ପରେ ରାଜା ସେହି ସ୍ଥାନ ରୁ ବିଦାୟ ନେଲେ ଶେଷ ପର୍ବ ଦିନ ଅଗ୍ନି ଖଣ୍ଡ (ନିଲାକୁ ) ଗାମୁଛା ରେ ବାନ୍ଧି ଗଣ୍ଠି ପକାଇ ଧାରଣ କରିବାରୁ ସେହି ସ୍ଥାନ କୁ ରାଜା ନୀଲାବାଡ଼ୀ ନାମରେ ନାମିତ କରିଲେ ଏହି ମନ୍ଦିର ରେ ଅଗ୍ନିଗଙ୍ଗାମାଁ, ଜଳଗଙ୍ଗା ଓ ପାତାଳଗଙ୍ଗା ପୂଜା ପାଇଥାନ୍ତି ଏଠାର ବିଶେଷତ୍ବ ଏହା କି ଜେ ମା ଙ୍କୁ କେବଳ ସ୍ତ୍ରୀ ଲୋକ ହିଁ ଦୈନିକ ପୂଜା କରିଥାନ୍ତି ବର୍ଷ କୁ ଯାତ୍ରା ସମୟରେ ଓଡିଶା ତଥା ଆନ୍ଧ୍ର ପ୍ରଦେଶ ରୁ ଲକ୍ଷାଧିକ ଭକ୍ତ ସମାଗମ ହୋଇଥାନ୍ତି ଆମ କମିଟି ପକ୍ଷରୁ ଏହି ମନ୍ଦିର ର ଉନତି ସାଙ୍ଗ କୁ ବିଶ୍ରାମ କକ୍ଷ ନିର୍ମାଣ ସହିତ ମନ୍ଦିର କୁ ରାସ୍ତା ନିର୍ମାଣ କରାଯାଇଛି ଯାତ୍ରା ସମୟରେ ଭକ୍ତ ଙ୍କ ଠାରୁ ଯେଉଁ ଅର୍ଥ ଆଦାୟ ହୋଇଥାଏ ସେଥିରେ ମନ୍ଦିର ର ଉନତି କରାଯାଉଛି ବୋଲି କମିଟି ସମ୍ପାଦକ ଜି ରବିଶଙ୍କର ସଭାପତି ବି ସତ୍ୟମ ଓ ଉପସଭାପତି ସାହୁକର କହିଛନ୍ତି କହିଛନ୍ତି ଲକ୍ଷାଧିକ ଭକ୍ତ ନିଜ ନିଜ ର ମାନସିକ ଧରି ଏହି ଠାକୁ ଆସନ୍ତି ମାନସିକ ପୂରଣ ହେଲେ କିଏ ତ ମୁଣ୍ଡନ କରୁଛି କିଏ ଛେଳି ମାରୁଛି ଯେଉଁ ଭକ୍ତ ଯେପରି ଭାବେ ମା ଙ୍କ ଡାକେ ମା ତାହାରି ଡାକ ଶୁଣନ୍ତି ନି ସନ୍ତାନ ସନ୍ତାନ ପାଏ ଯାହାର ବିବାହ ଅଟକି ଥାଏ ତାହାର ବିବାହ କାର୍ଯ୍ୟ ସମାପନ ହୋଇଥାଏ।
ରାୟଗଡା (ଅମୁଲ୍ୟ ନିଶଙ୍କଙ୍କ ରିପୋର୍ଟ)