02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଚନ୍ଦ୍ରପୁର ବ୍ଲକରେ ଜୀବିକା ମିଶନ ତରଫରୁ ମାସ୍କ ବଣ୍ଟନ

ରାୟଗଡାଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜିଲ୍ଳା ଚନ୍ଦ୍ରପୁର ବ୍ଳକ ଓଡିଶା ଜୀବିକା ମିଶନ ତରଫରୁ ବର୍ତ୍ତମାନ 4ର୍ଥ ପର୍ଯ୍ୟାୟ ତାଲା ବନ୍ଦ ସମୟରେ ଖିଲୁଣ୍ଡି, କମପଦର, ଗୁଣ୍ଡୁରିଗୁଡା, ବିଜାପୁର ଓ ମରିଚିଗୁଡା ଗ୍ରାମରେ ମାଗଣାରେ ଗ୍ରାମବାସୀଙ୍କୁ ମାସ୍କ ବଂଟନ କରାଯାଇଛି । ବର୍ତ୍ତମାନ କରୋନାର ଭୟାଭୟତାକୁ ଦୃଷ୍ଟିରେ ରଖି ସରକାରଙ୍କ କୋଭିଡ-୧୯ ଗାଇଡଲାଇନକୁ ଅନୁସରଣ କରି ସମସ୍ତ ଲୋକେ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ ଅଟେ । ଏହି ଅବସରରେ ଆଦିବାସୀଙ୍କୁ ସଚେତନତା କରିବା ସହିତ ଏହି ଗ୍ରାମ ଗୁଡିକର ଗ୍ରାମବାସୀମାନଙ୍କୁ କରୋନା ମୁକାବିଲା ପାଇଁ ମାସ୍କ ପିନ୍ଧିବାର ଉପକାରିତା ଉପରେ ସଚେତନ କରାଯାଇଥିଲା । ଏହି ମାସ୍କ ବଂଟନ କାର୍ଯ୍ୟକ୍ରମରେ ଚନ୍ଦ୍ରପୁର ବ୍ଳକର ଗୋଷ୍ଠି ଉନ୍ନୟନ ଅଧିକାରୀ ଜର୍ଜ ଡୁଙ୍ଗଡୁଙ୍ଗ୍‌, ପଂଚାୟତ ସମିତି ଅଧ୍ୟକ୍ଷା ସଂଜିତା ପ୍ରଟିଙ୍ଗା, ବ୍ଳକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ତଲଭ୍ୱାର ଜେନା, ସରପଂଚ ଗାହି ହନ୍ଦନାକା, ଏପିଓ ବିଶିକେଶନ ଲିମା, ଓଡିଶା ଜୀବିକା ମିଶନର ବି.ପି.ଏମ.ଶ୍ରବଣ କୁମାର ସିଂ,ଏମ.ବି.କେ ଜ୍ୟୋତି ମାଳବିଷୋଇ, ସିଆରପି ବୁଡୁ ଜାଗେରଙ୍ଗା, ପୁଷ୍ପଲତା ପ୍ରଧାନୀ, କୃଷି ମିତ୍ର ଏବଂ ଇଏଲଏସପି ଜିତନ୍ଦ୍ରେ କୁମାର ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀମାନଙ୍କୁ ମାସ୍କ ବଂଟନ କରିଥିଲେ ।
ସେହିପରି ବିଜାପୁର ମହିଳା ମହାସଂଘ ଅଧୀନରେ ଥିବା ୧୨ଗୋଟି ସ୍ୱଂୟ ସହାୟିକା ଗୋଷ୍ଠୀ (ଏସ.ଏଚ.ଜି) ତରଫରୁ ୧୨ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି “କୋଭିଡ-୧୯” ଫଣ୍ଡକୁ ପ୍ରଦାନ କରାଯାଇଅଛି । ପ୍ରକାଶ ଥାଉ କି, ଅପରାଜିତା ମହିଳା ମହାସଂଘ, ହନୁମନ୍ତପୁର ତରଫରୁ ୧୦ଟି ଏସଏଚଜି ଗ୍ରୁପ ତରଫରୁ ୧୬,୫୦୦ଟଙ୍କା ଏବଂ ପାର୍ବତୀ ସ୍ୱଂୟ ସହାୟିକା ଗୋଷ୍ଠୀ,ଚନ୍ଦ୍ରପୁର ତରଫରୁ ୫ହଜାର ଟଙ୍କା ଏହି ଭଳି ମୋଟ ୩୩,୫୦୦ଟଙ୍କା ଚନ୍ଦ୍ରପୁର ବ୍ଳକର ସ୍ୱଂୟ ସହାୟିକା ଗୋଷ୍ଠୀ ମାନଙ୍କ ଠାରୁ କୋଭିଡ-୧୯ ଫଣ୍ଡକୁ ସହାୟତା ପାଇଁ ଆଦାୟ କରାଯାଇଛି ।। ସେହିପରି ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୦୨୦ ମାର୍ଚ୍ଚ ୩୧ତାରିଖ ଠାରୁ ଚଳିତ ମାସ ମେ’୧୭ତାରିଖ ପର୍ଯ୍ୟନ୍ତ ଅସହାୟ, ଗୃହହୀନ ଏବଂ ବିସ୍ଥାପିତମାନଙ୍କୁ ରନ୍ଧା ଖାଦ୍ୟ ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳା ସଦସ୍ୟାମାନଙ୍କ ଦ୍ୱାରା ଯୋଗାଇ ଦିଆଯାଉଅଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *