November 18, 2025

Sabubarga Khabar

All category news

ଚନ୍ଦ୍ରପୁରୁ ଥାନା ରାୟଗଡାରୁ ବିହାରକୁ ଗଂଜେଇ ଚୋରା ଚାଲାଣ ବେଳେ ତିନି ଅଟକ

ରାୟଗଡାଜିଲ୍ଲା:(ଅମୁଲ୍ୟ ନିଶଙ୍କ ଜ଼ିଲ୍ଲା ପ୍ରତିନିଧି ) ଚନ୍ଦ୍ରପୁରୁ ପୋଲିସକୁ ମିଳିଛି ବଡ ସଫଳତା। ପଣସ ଵୋଝେଇ ଗାଡିରେ ଗଞ୍ଜେଇ ଜବତ କରିବା ସହ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି। ଵିଵରଣୀ ରୁ ପ୍ରକାଶ ଆଇଚର ଗାଡି ନମ୍ଵର ଏଚ୍, ଆର୍ 55ଟି 0026ନମ୍ଵର ଲେଖାଥିଵା ଗାଡିଟି ଚନ୍ଦ୍ରପୁରୁ ର ଗ୍ରାମାଞ୍ଚଳରୁ ଅଭିନବ ଉପାୟରେ ପଣସ ଵୋଝେଇ କରି ତାଭିତରେ 245କେଜି ଗଞ୍ଜେଇ ଲୋଡ କରି ପୋଲିସ୍ ଆଖିରେ ଧୂଳି ଦେଇ ଚନ୍ଦ୍ରପୁର ସଦର ମହକୁମା ଦେଇ ମୁନିଗୁଡା ଯିବା ରାସ୍ତାରେ ଯାଉଥିଲା ।କୌଣସି ପ୍ରକାର ଖଵର ପାଇ ଚନ୍ଦ୍ରପୁରୁ ପୋଲିସ ସକାଳପ୍ରାୟ 5.30 ସମୟରେ ବୁଡୁବାଲି ଗ୍ରାମ ପଂଚାୟତ ର କୋଡିସୁର ଛକରେ ଚନ୍ଦ୍ରପୁର ଥାନା ଅଧିକରୀ ଅରୁଣ ଏସ ନାୟକ ଏସ ଆଇ ସମୀର ପ୍ରଧାନ ଏ ଏସ ଆଇ ଭାସ୍କର ମୁରା ସମତେ ଥାନା ର ଅନ୍ୟ କର୍ମଚାରୀ ମାନେ ମିଳିତ ଭାବେ ଗାଡି କୁ କାଵୁ କରି ଚନ୍ଦ୍ରପୁରୁ ଥାନାକୁ ଆଣି ପଚରା ଉଚରା କରି ପଣସ ଲୋଡ ଗାଡିଓ ଗଞ୍ଜେଇ କୁ ପୋଲିସ ଜବତ କରି ଡ୍ରାଇଭର ଅନୀଲ ପଣ୍ଡିତ, ଏବଂ ଅନ୍ୟ ଦୁଇଜଣ ସ୍ଵତେନ୍ଦ୍ର କୁମାର, ରାଜ ମେହେତ୍ଵା ଙ୍କୁ ଗିରଫ କରି ଥା ନା କେଶନମ୍ଵର 17/020 ( ବି ) (ii) (ସି )ଏନଡ଼ି ପି ଏସ ନିୟମ ପ୍ରକାରେ କୋର୍ଟ ଚାଲାଣ କରାଯାଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି। ଏହି ବ୍ଲକରେ ପୋଲିସ ତରଫରୁ ଯେତେ ପଦକ୍ଷେପ ନିଆଯାଇ ଗଞ୍ଜେଇ ଚାଷ କୁ ପୋଡାଯାଉଥିଲେ ମଧ୍ୟ ତାକୁ ଭୃକ୍ଷେପ ନକରି ଦିନକୁ ଦିନ ଅଧିକ ଚାଷକରି ଚାଲିବା ପଛରେ ସେହି ଅଞ୍ଚଳର ଚୋରା ଗଞ୍ଜେଇ ବେପାରୀ ଙ୍କ ହାତ ରହୁଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ଜଣାପଡୁଛି। କିଛି ଦିନ ପୂର୍ବେ ରାୟଗଡ଼ା ଏସ୍, ପି, ଙ୍କ ନିର୍ଦ୍ଦେଶନାରେ ମୁନିଗୁଡା ଏସ୍, ଡି, ପି, ଓ, ଶ୍ରୀ ଚନ୍ଦ୍ରଶେଖର ହୋତା ଙ୍କ ନେତୃତ୍ୱରେ, ତହସିଲଦାର ଓ ପୋଲିସ୍ ଟିମ୍ ଯାଇ କେତେକ ଗଞ୍ଜେଇ ଚାଷ ପୋଡା ଯାଇଥିଲା, ହେଲେ ଏହି ନିଶାଚାଷ ବନ୍ଦ ନହୋଇ ପୋଲିସ ଆଖିରୁ ନିଦ ହଜାଇ ଦେଉଛି। ଶୁଣିବାକୁ ମିଳୁଛି ସେହି ଅଞ୍ଚଳର ଜଣେ ବାପ ପୁଅ ମୁନିଗୁଡାରେ ରହି ନିୟମିତ ଗଞ୍ଜେଇ ଵେପାର କରୁଥିଵାଵେଳେ ପୋଲିସ୍ ହାତରେ ଧରା ପଡି ଜେଲ ଯାଇ ଫେରିଥିଵା ଵାଟରେ ଘାଟରେ ଚର୍ଚା ଚାଲିଛି। ସେପରି ଲୋକ ଏହି ଗାଡି ଜବତ ହେବା ପୂର୍ବ ଦିନ ରାତିରେ ମଟର ସାଇକେଲରେ ଚନ୍ଦ୍ରପୁରୁ ରେ ବୁଲୁଥିବା ଆଲୋଚନା ହେଉଥିଵା ଵେଳେ ଏହି ଗଞ୍ଜେଇ ସହିତ ତାଙ୍କର ସମ୍ପୃକ୍ତି ଥାଇ ପାରେ ଵୋଲି ଅଞ୍ଚଳର ଲୋକେ ଆଶଙ୍କା କରୁଥିବାରୁ ପୋଲିସ୍ ତରଫରୁ ତଦନ୍ତ କରାଗଲେ ଏଥିରେ ଥିବା ମୁଖ୍ୟ ଲୋକଲୋଚନକୁ ଆସିବା ସହ ପୋଲିସିକୁ ଆହୁରି ସଫଳତା ମିଳିବା ସହ ଚୋରା ଗଞ୍ଜେଇ ବେପାରୀ ହ୍ରାସ ପାଇବ। ଏହି ଚେର ମୁନିଗୁଡା ଠାରୁ ଵିହାର ପର୍ଯ୍ୟନ୍ତ ଲମ୍ଵିଥିଵା ଆଲୋଚନା ହେଉଛି। ନକ୍ସଲ ଙ୍କ ଭୟ ଦେଖାଇ ବିଜେପୁର ପଂଚାୟତ ର ଲିଡିଙ୍ଗ ପଦର ସୁରଲୁ ଡକାପଙ୍ଗ ବନ୍ତଳା ବାହୁ ସ୍ଥାନ ରର ଗଂଜେଇ ଗଛିତ ରହିଥିବା ରୁ ଚୋରା ବ୍ୟପାରୀ ମାନେ ଆସି ବେଧଡକ ଭାବେ ଗଂଜେଇ ନେଇ ରାୟଗଡା ଗଜପତି ସୀମାନ୍ତ ମଂଡୀମୋରା ଗାରଦମା ଅଂଚଳ ଦେଇ ଅନାୟାସ ରେ ଚୋରା ବ୍ୟାପାର କରିଥାନ୍ତି ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଏହି ଚନ୍ଦ୍ରପୁର ବ୍ଲକ ର ଅଂଚଳ ଖାନତଲାସ କଲେ କୋଟିକୋଟି ଟଙ୍କା ର ଗଂଜେଇ ମିଳିପାରିବ।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.