01/21/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଚନ୍ଦ୍ରପୁରର ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଗ୍ରାହକଙ୍କ ଖାତାରୁ ଛବିଶ ହଜାର ଟଙ୍କା ଗାୟବ: ଖାତାଧାରୀଙ୍କ ଅଭିଯୋଗ

ରାୟଗଡ୧୩/୧୨ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ଆଉ ଏକ କଳା କାରନାମା।ଏହି ବ୍ଲକ କେତେବେଳେ ଗଞ୍ଜେଇ ଚାଷ-ଚୋରା ଚାଲାଣ,ଦାଦାନ ଶ୍ରମିକଙ୍କ ଦୁଃଖରେ ମ୍ରିୟମାଣ ତ କେତେବେଳେ ଭାରରେ ବୁହା ଆସନ୍ନ ପ୍ରସୂତିର ବିକଳ ରୋଦନ,
ଆଉ କେତେବେଳେ ପ୍ରଶାସନ ଠିକାଦାରଙ୍କ ମଧୁଚନ୍ଦ୍ରିକାକୁ ନେଇ ସବୁବେଳେ ଚର୍ଚ୍ଚିତ ଥାଏ। ଏତେ ସବୁ ପରେ ମଧ୍ୟ ଚନ୍ଦ୍ରପୁର ସୁଧୁରୁ ନାହିଁ।ଏହାର ଶିକାର ହେଉଛନ୍ତି ସାଧାରଣ ଜନତା। ଆଉ ମାଲେମାଲ ହେଉଛନ୍ତି ସରକାରୀ କର୍ମଚାରୀ ଏବଂ ଦଲାଲ।ଏଇଭଳି ଏକ ଠକାମୀର ଶୀକାର ହୋଇଛନ୍ତି ଚନ୍ଦ୍ରପୁର ଅଂଚଳର ସୁଶୀଳା ଗମୀଡାଙ୍ଗା ପି:ସୋରାଜ ଚନ୍ଦ୍ର ବ୍ରେଡେକା। ଶୁଶିଳା ବିଲରେ ଚାଷ ବାସ କରେ। ଘର ଖର୍ଚ୍ଚ ପରେ ପେଟରୁ କାଟି କିଛି ଅର୍ଥ ସ୍ଥାନୀୟ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଜମା ରଖୁଥିଲା। ଗରିବ ମହିଳା ସୁଶୀଳା ଭାବିଥିଲା ଏହି ଜମା ଅର୍ଥ ଭବିଷ୍ୟତରେ ତା’ପରିବାରର ଅସୁବିଧା ସମୟରେ କାମରେ ଆସିବ। କେତେ ଅସୁବିଧାରେ ମଧ୍ୟ କେବେ ଖାତାରୁ ଟଙ୍କାଟିଏ ଉଠାଇ ନଥିଲା।ବ୍ୟାଙ୍କ ଉପରେ ବହୁତ ଭରଷା ଥିଲା।ଘରେ ଟଙ୍କା ରଖିଲେ ଚୋରି ହୋଇଯିବାର ଭୟ ଥିଲା।ଆଉ ବ୍ୟାଙ୍କରେ ରଖିଲେ ଚୋରୀର ଭୟ ନଥିବା ସହ ସୁଧ ମିଳିବାର ଆଶା ପାଇଥିଲା। ହେଲେ ତା’ର ସବୁ ସ୍ୱପ୍ନ ପାଣି ଫୋଟକା ଭଳି ମିଳେଇଗଲା। ସୁଧ ମିଳିବାତ ଦୂରର କଥା ମୂଳ ଟଙ୍କା ଛବିଶ ହଜାର ଗାୟବ ହୋଇଗଲା। କିଛି ମାସ ତଳେ ସେ ହଜାର ଟଙ୍କା ଡିପୋଜିଟ କରି ଦେଖିଲା ତା’ଖାତାରେ ମାତ୍ର ସେଇ ହଜାରହିଁ ଅଛି। ତାଯୁବ ହୋଇ ପରିଚାଳକଙ୍କୁ ଅଭିଯୋଗ କାଳରୁ ସେ ଯାଞ୍ଚ କରି କହିବେ ବୋଲି କହିଥିଲେ। ଯାଞ୍ଚ ଦୁଇ ମାସ ପରେ ବ୍ୟାଙ୍କ କତ୍ତୃପକ୍ଷ କହିଲେ ତୁମ ଆକାଉଣ୍ଟରୁ ଟଙ୍କା ତିନି କିସ୍ତି ୧୪/୧୫/୧୬ ତାଟିଖ ଏପ୍ରିଲରେ ଉଠିଛି।କିନ୍ତୁ ଆମେ କଣ କରି ପାରିବୁ। କଥା ଉଠୁଛି ଯିଏ ଟଙ୍କା ଉଠାଉଛି ତା ପାଖରେ ଜମା ଖାତା ନଥାଇ କିପରି ଟଙ୍କା ଉଠୁଛି ।ଦୂତୀୟତ ଟଙ୍କା ଉଠାଣ ବେଳେ ଜାଲ ଦସ୍ତଖତ କିପରି ମ୍ୟାଚ ହେଉଛି। ଏଣୁ ବ୍ୟାଙ୍କର ସତ୍ୟାସତ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ଏହିଭଳି ଗରିବ ମଣିଷ ମାନଙ୍କ କଷ୍ଟ ଉପାର୍ଜିତ ଅର୍ଥ ବ୍ୟାଙ୍କରୁ ହେରଫେର ହେଉଥିବାର ରୋଚକ ଖବର ଚନ୍ଦ୍ରପୁର ଅଂଚଳରୁ ପୂର୍ବରୁ ଶୁଣିବାକୁ ମିଳିଥିଲା। ଏବେ ଶୁଶିଳା ଅନ୍ୟ ଉପାୟ ନପାଇ ଚନ୍ଦ୍ରପୁର ଥାନାର ଦ୍ୱାରସ୍ଥ ହୋଇଛି। ଶୁଣିବାକୁ ମିଳୁଛି ଏହିଭଳି କିଛି ଲୋକଙ୍କ ଅର୍ଥ ବ୍ୟାଙ୍କରୁ ଗାୟବ ହେବା,ଅଭିଯୋଗ ପରେ ପୁଣି ଟଙ୍କା ଫେରି ଆସିବା ଘଟଣା ମାନ ଘଟୁଛି।ତେବେ ଚୋର କିଏ?ଇଏ ଘର ଚୋର ନୁହେଁତ? ଏଣୁ ସାଧାରଣ ଗରିବ ଲୋକଙ୍କ କଷ୍ଟ ଉପାର୍ଜିତ ଅର୍ଥକୁ ଜିଏବି ହେରଫେର କରିଛି ତାକୁ ତୁରନ୍ତ ଗିରଫ କରିବା ସହ ଜମାକାରୀ ସୁଶୀଳାକୁ ସୁଧ ସହ ଅର୍ଥ ପ୍ରଦାନ ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି। ନଚେତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଭବିଷ୍ୟତ ରେ ତା’ର ବିଶ୍ୱସନୀୟତା ହରାଇବ।ରାୟଗଡା ଜିଲାର ଅଧିକାଂଶ ବ୍ୟାଙ୍କରେ ଅର୍ଥ ଗାୟବ ହେଉଥିବା ଖବର ଏବେ ଜମା କାରୀଙ୍କୁ ଆତଙ୍କିତ କରି ଦେଇଥିବା ବେଳେ ଚୋର କିଏ ଏପର୍ଯ୍ୟନ୍ତ ସୁରାକ ନମିଳିବା ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।ଚନ୍ଦ୍ରପୁରର ଏହି ଗରିବ ମହିଳା ଜଣଙ୍କ ତା’ ଜମା ଅର୍ଥ ବ୍ୟାଙ୍କରେ ରଖିଥିବା କାରଣରୁ ସେ ଅର୍ଥ ବ୍ୟାଙ୍କ ତାକୁ ତୁରନ୍ତ ଫରେଇବା ପାଇଁ ଅଡ଼ି ବସିଛନ୍ତି। ଚନ୍ଦ୍ରପୁର ବ୍ଲକର ଆଉ ଏକ କଳା କାରନାମା। ଏହି ବ୍ଲକ କେତେବେଳେ ଗଞ୍ଜେଇ ଚାଷ-ଚୋରା ଚାଲାଣ,ଦାଦାନ ଶ୍ରମିକଙ୍କ ଦୁଃଖରେ ମ୍ରିୟମାଣ ତ କେତେବେଳେ ଭାରରେ ବୁହା ଆସନ୍ନ ପ୍ରସୂତିର ବିକଳ ରୋଦନ, ଆଉ କେତେବେଳେ ପ୍ରଶାସନ ଠିକାଦାରଙ୍କ ମଧୁଚନ୍ଦ୍ରିକାକୁ ନେଇ ସବୁବେଳେ ଚର୍ଚ୍ଚିତ ଥାଏ।ଏତେ ସବୁ ପରେ ମଧ୍ୟ ଚନ୍ଦ୍ରପୁର ସୁଧୁରୁ ନାହିଁ। ଏହାର ଶିକାର ହେଉଛନ୍ତି ସାଧାରଣ ଜନତା।ଆଉ ମାଲେମାଲ ହେଉଛନ୍ତି ସରକାରୀ କର୍ମଚାରୀ ଏବଂ ଦଲାଲ। ଏଇଭଳି ଏକ ଠକାମୀର ଶୀକାର ହୋଇଛନ୍ତି ଚନ୍ଦ୍ରପୁର ଅଂଚଳର ସୁଶୀଳା ଗମୀଡାଙ୍ଗା ପି:ସୋରାଜ ଚନ୍ଦ୍ର ବ୍ରେଡେକା। ଶୁଶିଳା ବିଲରେ ଚାଷ ବାସ କରେ।ଘର ଖର୍ଚ୍ଚ ପରେ ପେଟରୁ କାଟି କିଛି ଅର୍ଥ ସ୍ଥାନୀୟ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଜମା ରଖୁଥିଲା।ଗରିବ ମହିଳା ସୁଶୀଳା ଭାବିଥିଲା ଏହି ଜମା ଅର୍ଥ ଭବିଷ୍ୟତରେ ତା’ପରିବାରର ଅସୁବିଧା ସମୟରେ କାମରେ ଆସିବ। କେତେ ଅସୁବିଧାରେ ମଧ୍ୟ କେବେ ଖାତାରୁ ଟଙ୍କାଟିଏ ଉଠାଇ ନଥିଲା। ବ୍ୟାଙ୍କ ଉପରେ ବହୁତ ଭରଷା ଥିଲା। ଘରେ ଟଙ୍କା ରଖିଲେ ଚୋରି ହୋଇଯିବାର ଭୟ ଥିଲା। ଆଉ ବ୍ୟାଙ୍କରେ ରଖିଲେ ଚୋରୀର ଭୟ ନଥିବା ସହ ସୁଧ ମିଳିବାର ଆଶା ପାଇଥିଲା। ହେଲେ ତା’ର ସବୁ ସ୍ୱପ୍ନ ପାଣି ଫୋଟକା ଭଳି ମିଳେଇଗଲା। ସୁଧ ମିଳିବାତ ଦୂରର କଥା ମୂଳ ଟଙ୍କା ଛବିଶ ହଜାର ଗାୟବ ହୋଇଗଲା। କିଛି ମାସ ତଳେ ସେ ହଜାର ଟଙ୍କା ଡିପୋଜିଟ କରି ଦେଖିଲା ତା’ଖାତାରେ ମାତ୍ର ସେଇ ହଜାରହିଁ ଅଛି। ତାଯୁବ ହୋଇ ପରିଚାଳକଙ୍କୁ ଅଭିଯୋଗ କାଳରୁ ସେ ଯାଞ୍ଚ କରି କହିବେ ବୋଲି କହିଥିଲେ। ଯାଞ୍ଚ ଦୁଇ ମାସ ପରେ ବ୍ୟାଙ୍କ କତ୍ତୃପକ୍ଷ କହିଲେ ତୁମ ଆକାଉଣ୍ଟରୁ ଟଙ୍କା ତିନି କିସ୍ତି ୧୪/୧୫/୧୬ ତାଟିଖ ଏପ୍ରିଲରେ ଉଠିଛି। କିନ୍ତୁ ଆମେ କଣ କରି ପାରିବୁ। କଥା ଉଠୁଛି ଯିଏ ଟଙ୍କା ଉଠାଉଛି ତା ପାଖରେ ଜମା ଖାତା ନଥାଇ କିପରି ଟଙ୍କା ଉଠୁଛି ।ଦୂତୀୟତ ଟଙ୍କା ଉଠାଣ ବେଳେ ଜାଲ ଦସ୍ତଖତ କିପରି ମ୍ୟାଚ ହେଉଛି। ଏଣୁ ବ୍ୟାଙ୍କର ସତ୍ୟାସତ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *