ଚଇତି କ୍ରୀଡା କ୍ରିକେଟରେ 4ର୍ଥ ବାଟାଲିୟନ ସି ଆର ପି ଏଫ ରାୟଗଡା ୟୁନିଟ ଚାମ୍ପିଅନ
ରାୟଗଡା ଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜ଼ିଲ୍ଲା ମୋହତ୍ସବ ଚଇତି ଗଣ ପର୍ବ ଉପଲକ୍ଷେ ଆୟୋଜିତ କ୍ରିକେଟ ମେଚ ରେ ସି ଆର ପି ଏଫ 4ର୍ଥ ବାଟାଲିୟନ ରାୟଗଡା ଜ଼ିଲ୍ଲା ପୋଲିସ କୁ ପରାସ୍ତକରି ଚାମ୍ପିଅନ ହୋଇଛି ଏହି ମେଚ ରେ ପୂର୍ବରୁ ସି ଆର ପି ଏଫ ଓ ମିଡ଼ିଆ ବନ୍ଧୁ ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ଏଥିରେ ସି ଆର ପି ଏଫ ବିଜୟ ହୋଇ ଫାଇନେଲ ରେ ପହଞ୍ଚିଥିଲା।
ଅନ୍ୟ ଏକ ମେଚ ରେ ଜ଼ିଲ୍ଲା ପ୍ରସାଶନ ଓ ଜ଼ିଲ୍ଲା ପୋଲିସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ଜ଼ିଲ୍ଲା ପୋଲିସ ଜ଼ିଲ୍ଲା ପ୍ରଶାସନ କୁ ପରାସ୍ତ କରି ଫାଇନେଲ କୁ ଉନ୍ନତ ହୋଇ ଜ଼ିଲ୍ଲା ପୋଲିସ ସହିତ ଖେଳିଥିଲେ ଏକ ରୋମାଞ୍ଚ କର ଖେଳ ମଧ୍ୟରେ ସି ଆର ପି ଏଫ ଖେଳାଳି ଜ଼ିଲ୍ଲା ପୋଲିସ କୁ ପରାସ୍ତ କରି 12ରାଣ ରେ ବିଜୟ ହୋଇ ଚାମ୍ପିଅନ ହୋଇଛି ଜ଼ିଲ୍ଲା ପୋଲିସ ର ମଙ୍ଗ ଧରିଥିଲେ ନିଜେ ଏସ ପି ଓ ଏକ ରୋମାଞ୍ଚ କର ଖେଳ ଦେଖାଇ ଦର୍ଶକ ଙ୍କ ମନମୁଗ୍ଧ କରିଥିଲେ।
ଏହିଖେଳ ଦେଖିବା ପାଇଁ ସି ଆର ପି ଏଫ କୋମାଣ୍ଡେଣ୍ଟ ରାଜପୁତ ସାର ସେକଣ୍ଡ କୋମାଣ୍ଡେଣ୍ଟ ଏସ କେ ଠାକୁର ଡେପୁଟି କୋମାଣ୍ଡେଣ୍ଟ ଅଶୋକ ଏମ ଜ଼ିଲ୍ଲା ପାଳ ପ୍ରମୋଦ କୁମାର ବେହେରା ପି ଏ ଆଇ ଟି ଡ଼ି ଇ ଟୁଟୁ ବାରିକ ଡ଼ି ଆଇ ପି ଆର ଓ ବସନ୍ତ ପ୍ରଧାନ ଉପସ୍ଥିତ ରହିଥିଲେ ସି ଆର ପି ଏଫ ଲୋକ ସମ୍ପର୍କ ଅଧିକାରୀ ସରୋଜ ମହାନ୍ତି ଓ ଏ ଏସ ଆଇ ପଣ୍ଡା ସାର ମଧ୍ୟ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ।