ଚଇତି ଇଡତାଲ 2019 ବୈଠକ
ରାୟଗଡା ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ଗୁଣୁପୁର ରେ ଚଳିତ ବର୍ଷ ହେବାକୁ ଥିବା ଚଇତି ” ଇଡ଼ିତାଲ ” 2019 କୁ ନେଇ ଉପଖଣ୍ଡ ପ୍ରଶାସନ ର ବ୍ୟାପକ ପ୍ରସ୍ତୁତି : ଗୁଣୁପୁର ଉପଜିଲ୍ଲାପାଳ ତଥା ଇଡ଼ିତାଲ ର ଅଧକ୍ଷ୍ୟ ଡକ୍ତର ଶୀଧେସ୍ୱର ବଳିରାମ ବନ୍ଦର, ଇଡ଼ିତାଲ ର ଆବାହକ ଡକ୍ତର ଚନ୍ଦ୍ରଧ୍ବଜ ପଣ୍ଡା, ପ୍ରକଳ୍ପ ପ୍ରସାଶକ ଗୋରାଚାନ୍ଦ ଗମାଙ୍ଗ, ସହକାରୀ ଜିଲ୍ଲାପାଳ ରୀନା ପ୍ରଧାନ, ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ସାହୁ, ପ୍ରଦିପ ପାଢ଼ୀ, ରାଧାକୃଷ୍ଣ ପଟନାୟକ, ବିଜୟ ଗମାଙ୍ଗ, ରାମମୂର୍ତ୍ତ ଗମାଙ୍ଗ, ସସ୍ମିତା କୁମାରୀ ବାଉରୀ, ଦେବ ପ୍ରସାଦ ପାଢ଼ୀ ଙ୍କ ଘନ ଘନ ବୈଠକ : ଏହି ଅବସରରେ ମିନି ମାରାଥନ ବିକ୍ରମପୁର ଠାରୁ ଆରମ୍ଭ ହୋଇ ମିନି ଷ୍ଟାଡିଅମ ଯାଇଁ ହେବାକୁ ଥିବା ବେଳେ ଏହି ମିନି ମାରାଥନ ପାଇଁ ଗୁଣୁପୁର ଉପଖଣ୍ଡ ର ସମସ୍ତ ବ୍ଲକ ଅଧିକାରୀ, ପ୍ରିଣ୍ଟ ଓ ବୈଦୁତିକ ଗଣ ମାଧ୍ୟମ ର ପ୍ରତିନିଧି ଏବଂ ଜନସାଧାରଣ ଙ୍କ ସହଯୋଗ କାମନା କରିଛନ୍ତି ଖୋଦ ଗୁଣୁପୁର ଉପଜିଲ୍ଲାପାଳ ଡକ୍ତର ଶୀଧେସ୍ୱର ବଳିରାମ ବନ୍ଦର ।
ଚଳିତ ମାସ 20, 21 ଏବଂ 22 ତାରିଖ ଯାଏଁ ହେବାକୁ ଥିବା ଇଡ଼ିତାଲ 2019 ରେ ବିଭିନ୍ନ ଆଦିବାସୀ କଳାକୃତି, ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସାଂସ୍କୃତିକ ଦଳ ଏବଂ ବହୁ ସିନେ ତାରକା ମଧ୍ୟ ୠ ଦେବେ ବୋଲି ଆବାହକ ଡକ୍ତର ଚନ୍ଦ୍ରଧ୍ବଜ ପଣ୍ଡା ସୂଚନା ଦେଇ ଛନ୍ତି।