ଘରୋଇ କଳିରୁ ନାବାଳିକା କଲା ଆତ୍ମହତ୍ୟା……
ମାଲକାନଗିରି (ସ.ଖ.ପ୍ର ): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ମୋଟୁ ଥାନା ଅନ୍ତର୍ଗତ ମାଲାଭରମ ପଞ୍ଚାୟତର ଏମଭି – ୮୧ ଗ୍ରାମରେ ପାରିପାରିକ କହଳକୁ କେନ୍ଦ୍ର କରି ଜଣେ ୧୬ ବର୍ଷିୟା ନାବାଳିକା ଝିଅ ବେକରେ ନିଜ ଓଢଣି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି |ନାବାଳିକା ଜଣଙ୍କ ହେଉଛନ୍ତି ଏମଭି – ୮୧ ଗ୍ରାମର ଗୌତମ ମଣ୍ଡଳଙ୍କ ଝିଅ ସୁପ୍ରିୟା ମଣ୍ଡଳ ।ସୂଚନା ନେବାରୁ ଜଣାପଡିଛି ଯେ ଶନିବାର ସକାଳେ ରୋଷେଇ କରିବାକୁ ନେଇ ସୁପ୍ରିୟା ଏବଂ ତାଙ୍କ ମା ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ପରେ ପରିବାର ଲୋକ ଚାଷ କରିବାକୁ ନିଜ କ୍ଷେତକୁ ଚାଲିଯାଇଥିବା ବେଳେ ସୁପ୍ରିୟା ଏକା ଘରେ ରହିଥିଲା । ଏହାର ସୁଯୋଗ ନେଇ ନାବାଳିକା ସୁପ୍ରିୟା ସକାଳ ପ୍ରାୟ ୧୧ଟା ସମୟରେ ଘରର ଝରକାରେ ଲାଗିଥିବା ଲୁହା ସାହାର୍ଯ୍ୟରେ ପିନ୍ଧିଥିବା ନିଜ ଓଢଣୀ ଦେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଖବର ପାଇ ମୋଟୁ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ଗ୍ରାମରେ ପହଂଚି ଶବ ଜବଦ କରିବା ସହିତ ମୋଟୁ ଥାନାରେ ୧୮ /୨0୨0 ରେ ଏକ ଅପମୃତ୍ୟୁ ମାମଲା ରଜୁ କରି ଶବକୁ କାଲିମେଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ଏହି ଘଟଣାର ବିଭିନ୍ନ ଦିଗରୁ ତଦନ୍ତ ଚାଲିଥିବା ଥାନା ଅଧିକରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି|ନାବାଳିକା ଓ ନାବାଳକଙ୍କ ଏପରି ମନବୃତ୍ତିକୁ ବୁଦ୍ଧିଜୀବୀମାନେ ନା ପସନ୍ଦ କରିଛନ୍ତି |ଗାଁ ଗହଳିରେ ନା ବାଳକ ବାଳିକା ମାନଙ୍କୁ ଏହି ମନବୃତ୍ତି ଠୁ ଦୁରେଇ ରଖିବା ପାଇଁ ସଚେତନ କରିବାକୁ ପ୍ରଶାସନ ପାଖରେ ବୁଦ୍ଧିଜୀବୀମାନେ ଦାବି ରଖିଛନ୍ତି |