ଘଡାଇ ଯୁକ୍ତ ତିନି ମହାବିଦ୍ୟାଳୟ ପରିସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ
ମାଲକାନଗିରି : ଜିଲ୍ଲାର ସଦର ମହକୁମା ସ୍ଥିତ ଘଡାଇ ଯୁକ୍ତ ତିନି ମହାବିଦ୍ୟାଳୟ ପରିସରରେ ଭାରତୀୟ ରେଡ଼କ୍ରସ ସୋସାଇଟି ତରଫରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ ହୋଇଥିବା ଆଜିର ଏହି ରକ୍ତ ଦାନ ଶିବିରଟିକୁ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଅଜୟ କୁମାର ବଇଠାରୁ ଉଦଘାଟନ କରିଥିଲେ। ଜିଲ୍ଲା ଉପ ମୁଖ୍ୟଚିକିତ୍ସା ଅଧିକାରୀ ଧନେଶ୍ବର ପାତ୍ର, ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡକ୍ଟର ସନ୍ତୋଷ ସେନାପତି ଆଦି ଉପସ୍ଥିତ ଥିଲେ। ଉକ୍ତ ଶିବିରରେ ଘଡେଇ ମହାବିଦ୍ୟାଳୟର ଯୁକ୍ତ ତିନିର ଛାତ୍ର ସୁରଜ କୁମାର ବେହେରା ,ଶିବାନୀ ତାରିଣୀ ,ପ୍ରନବ ମସିଦ ଅଧ୍ଯାପକ ସତ୍ୟବ୍ରତ ସାମଲ, ବୁଲୁ ଭୂୟାଁ ଓ ଅନ୍ୟ ୨୪ ଜଣ ଛାତ୍ର ଛାତ୍ରୀ ରକ୍ତ ଦାନ କରିଥିଲେ। ଘଡେଇ ଆବାସିକ ମହାବିଦ୍ୟାଳୟର ପରିଚାଳକ ସୁରେଶ ଚନ୍ଦ୍ର ଘଡେଇ ଯୁକ୍ତ ତିନି ଅଧକ୍ଷ ସୁଧାକର ପଟ୍ଟନାୟକ, ଅଧ୍ୟାପକ ସତ୍ୟବ୍ରତ ସାମଲ ଛାତ୍ରଛାତ୍ରୀଙ୍କୁ ରକ୍ତଦାନ କରିବା ପାଇଁ ପ୍ରେରଣା ଯୋଗାଇବା ସହ କାର୍ଯ୍ୟକ୍ରମଟିକୁ ସୁପରିଚାଳନା କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ ସମ୍ପାଦକ ଡକ୍ଟର ରଞ୍ଜନ କୁମାର ସ୍ୱାଇଁ ଓ ସଂଯୋଜକ ଡ଼ ଆଶିଷ ରାଠୋର ଯୁକ୍ତ ତିନି ର ଛାତ୍ର ଛାତ୍ରୀଙ୍କୁ ରକ୍ତ ଦାନ କରିବାର ମହାନତା ସମ୍ପର୍କରେ ବୁଝାଇ ଥିଲେ। ଦୀପା ମଣ୍ଡଲ , ପ୍ରଜାପତି କପାସିଆ,ଅମ୍ବାଳିକା ମାଳି, ଵିଷ୍ଣୁ ପ୍ରିୟା ଦାସ, ସଂଗୀତା ଚକ୍ରବର୍ତ୍ତୀ ଆଦି ଅଧିକାଂଶ ଛାତ୍ରୀ ଇଚ୍ଛାକୃତ ରକ୍ତ ଦାନ ପାଇଁ ମନ ବଳାଇ ଥିଲେ ମଧ୍ୟ ସେମାନଙ୍କର ଓଜନ ଏବଂ ରକ୍ତରେ ହିମୋଗ୍ଲୋବିନ କମ୍ ଥିବାରୁ ସେମାନଙ୍କର ରକ୍ତ ସଂଗ୍ରହ କରାଯାଇପାରି ନଥିଲା। ତେଣୁ ସେମାନେ କାର୍ଯ୍ୟକ୍ରମରେ ଯୁକ୍ତ ତିନିର ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ରକ୍ତ ଦାନ କରିବା ପାଇଁ ସଚେତନ କରାଇଥିଲେ। ନିଜ ସାଙ୍ଗ ସାଥି ମାନଙ୍କୁ ରକ୍ତ ଦାନ କରିବା ପାଇଁ ପ୍ରେରଣା ଦେବା ସହ ଆଜିର ଏହି ରକ୍ତ ଦାନ ଶିବିରରେ ସାହାଯ୍ୟ ସହଯୋଗ ମଧ୍ୟ କରିଥଲେ।ପ୍ରଥମ ଥର କରି ଜିଲ୍ଲାର ଏକ ଘରୋଇ ଆବାସିକ ମହାବିଦ୍ୟାଳୟରେ ଏପରି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି |
ମାଲକାନଗିରିରୁ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ