ଗ୍ଲୋବାଲ ସଙ୍ଗଠନ ଦ୍ବାରା ମାକ୍ସ ଓ ସାବୁନ ବଣ୍ଟନ

ବାଲେଶ୍ବର,୨୩/୫- ଗ୍ଲୋବାଲ ସାମାଜିକ ସଙ୍ଗଠନ ଦ୍ବାରା ମାକ୍ସ ଓ ସାବୁନ ବଣ୍ଟାଯାଇଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକରେ । ଏହି ବ୍ଲକର ଅମରିଆ-ଅଗ୍ନିପୁର,ବଡ଼ଜୟପୁର,ଗୋଳିହା ଓ ଡୁଙ୍ଗୁରା ପଞ୍ଚାୟତର କରଞ୍ଜପଦା ଅଞ୍ଚଳରେ ରହୁଥିବା ଆଦିବାସୀ ସାହିରେ ପହଞ୍ଚିଥିଲେ ସଙ୍ଗଠନର କର୍ମକର୍ତ୍ତାମାନେ । ପ୍ରଥମେ ସଂଗଠନର ଡାଇରେକ୍ଟର ନାରାୟଣ ଚନ୍ଦ୍ର ଦାସମହାପାତ୍ର କରୋନାର ଦ୍ବିତୀୟ ଲହରୀ ଭୟଙ୍କର ଭାବରେ ମାଡି ଚାଲୁଥିବାରୁ ସେଥିରୁ କିପରି ନିଜକୁ ତଥା ନିଜ ପରିବାରକୁ ସୁରକ୍ଷିତ ରଖିବା, ସର୍ବଦା ମାକ୍ସ ପିନ୍ଧିବା,ସାବୁନରେ ହାତ ଧୋଇବା ଓ ଦୂରତା ବଜାୟ ରଖିବା ଉପରେ ବୁଝାଇଥିଲେ । ଏହାପରେ ସଙ୍ଗଠନର କର୍ମକର୍ତ୍ତା ମାନେ ମଧ୍ୟ ଘରର ପ୍ରତ୍ୟେକ ଲୋକଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଶେଷରେ ସଙ୍ଗଠନର ଡାଇରେକ୍ଟର ଶ୍ରୀ ଦାସମହାପାତ୍ର ସାହିର ୧୧୦ ଗୋଟି ଘରକୁ ମାକ୍ସ ଓ ସାବୁନ ବଣ୍ଟନ କରିଥିଲେ । ଏଥିରେ ସଙ୍ଗଠନର କର୍ମକର୍ତ୍ତାମାନେ ଶ୍ରୀ ଦାସମହାପାତ୍ରଙ୍କୁ ସହଯୋଗ କରିଥିଲେ ।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ