ଗ୍ରାମ୍ୟ ନିର୍ମାଣ ବିଭାଗ ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ଅନୁଷ୍ଠିତ

ରାୟଗଡା: ଭାରତର ସ୍ୱାଧୀନତାର ୭୫ତମ ବର୍ଷ ପୁର୍ତ୍ତି ପାଳନ ଅବସରରେ ଦେଶ ବ୍ୟାପୀ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହେଉଛି । ଏହି ଅବସରରେ ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଣାଳୟର ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ତରଫରୁ ଏକ ସେମିନାର ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ରାୟଗଡା ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆ ବର୍ଗ ସଂଖ୍ୟାଲଘୁ କଲ୍ୟାଣ ବିଭାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଶ୍ରୀ ସୁଧିର ଦାସ, ସାଂସଦ ପ୍ରତିନିଧି ଶ୍ରୀ ଦୁର୍ଗା ପଣ୍ଡା, ପ୍ରକଳ୍ପ ନିର୍ଦ୍ଦେଶକ ଡି.ଆର୍.ଡି.ଏ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ, ଉପ-ଜିଲ୍ଲାପାଳ, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଧିକ୍ଷଣ ଯନ୍ତ୍ରୀ ଶ୍ରୀଧର ନାୟକ, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ନିର୍ମାଣ ସଂସ୍ଥା ଗୁଣୁପୁର ଶ୍ରୀ ସରୋଜ କୁମାର ପାଢୀ, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ନିର୍ମାଣ ସଂସ୍ଥା ରାୟଗଡା ଶ୍ରୀ ପ୍ରଦିପ କୁମାର ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ନିର୍ମାଣ ବିଭାଗ ତରଫରୁ ଜିଲ୍ଲାରେ ନିଆଯାଇଥିବା କାର୍ଯ୍ୟକ୍ରମ ବିଶେଷ କରି ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରୁ ଗ୍ରାମାଞ୍ଚଳର ଭିତ୍ତିଭୂମିର ଉନ୍ନତି ଅସଂଯୋଜିତ ଗ୍ରାମ ଗୁଡିକ ନିତି ଦିନିଆ ରାସ୍ତା କରିବା କାର୍ଯ୍ୟକରି ବିଗତ ୨୦୦୦ ମସିହାରୁ ଚାଲି ଆସୁଅଛି । ଜିଲ୍ଲାର ଗ୍ରାମ,ବ୍ଲକ ଓ ଜିଲ୍ଲା ସ୍ତରରେ ରାସ୍ତା ଗୁଡିକ ନିର୍ମାଣ ଉନ୍ନତି ହେବା ଦ୍ୱାରା ଯୋଗାଯୋଗ ଉନ୍ନତି ଘଟିଛି , ବିଶେଷ କରି ଗ୍ରାମାଞ୍ଚଳର ଲୋକମାନେ ନିଜର ଉତ୍ପାଦିତ ଦ୍ରବ୍ୟକୁ ଠିକ ଭାବରେ ବଜାରକୁ ନେଇ ବିକ୍ରୟ କରିପାରୁଛନ୍ତି । ସେହିଭଳି ଦୁର୍ଗମ ଅଂଞ୍ଚଳର ଗର୍ଭବତୀ ମହିଳା ମାନେ ମଧ୍ୟ ସୁବିଧା ଭାବରେ ସ୍ୱାସ୍ଥ୍ୟ ସେବା ପାଇପାରୁଛନ୍ତି, ଅପହଞ୍ଚ ଇଲାକାର ଶିଶୁ ମାନେ ପାଠପଢି ପାରୁଛନ୍ତି । ତେଣୁ ଛୋଟ ଛୋଟ ଅଣସଂଯୋଜିତ ଗ୍ରାମ ଗୁଡିକ ସଂଯୋଗୀକରଣ ହେଲେ ସ୍ୱାଧୀନତାର ସ୍ୱାଦ ସମସ୍ତେ ପାଇ ପାରିବେ ବୋଲି ମତବ୍ୟକ୍ତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସାରକା ଯୋଗଦାନ କରି ଗ୍ରାମ୍ୟ ସଡକ ଯୋଜନା ଦ୍ୱାରା ଗ୍ରାମାଞ୍ଚଳରେ ମୌଳିକ ସୁବିଧା ସମସ୍ତଙ୍କ ପାଖରେ ପହଚିଂପାରିଛି ବୋଲି କହିଥିଲେ। ଛୋଟ ଛୋଟ ଅସଂଯୋଜିତ ଇଲାକା ଗୁଡିକ ଯୋଗାଯୋଗ ହୋଇପାରିଲେ ଜିଲ୍ଲାର ସାମଗ୍ରୀକ ବିକାଶ ହୋଇପାରିବ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିକାଶର ଧାରା ବଜାୟ ରହିଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିଚାଳନା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସାରାଦେଶରେ ପ୍ରଶଂସିତ ହୋଇପାରିଛନ୍ତି।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ