04/24/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗ୍ରାମବାସୀଙ୍କ ଅଭିଯୋଗକୁ ଅଣଦେଖା କରୁଛନ୍ତି ବନ୍ତ ବ୍ଲକ ଉନ୍ନୟନ ଅଧିକାରୀ

ଭଦ୍ରକଜିଲ୍ଲା (ସଖପ୍ର): ବନ୍ତ ବ୍ଲକ ଅନ୍ତର୍ଗତ ଓଡ଼ଙ୍ଗ ଗ୍ରାମପଞ୍ଚାୟତର ପାରାବନ୍ଧ ଶାସନ ଗାଁ ର ଚିତ୍ର ଟିକେ ଦେଖନ୍ତୁ , ଏହି ଗାଁ ପାରାବନ୍ଧ ଶାସନର ରାସ୍ତା “ଆମ ଗାଁ ଆମବିକାଶ” ଠାରୁ ଆରମ୍ଭ କରି nrgs ପର୍ଯ୍ୟନ୍ତ କୌଣସି ଏକ ସ୍କିମ ରେ ସାହାଯ୍ୟ ନପାଇ ନିଜେ ଗ୍ରାମର ଉଦିୟମାନ ଯୁବକ ମାନେ ନିଜ ପ୍ରଚେଷ୍ଟାରେ ଗ୍ରାମ ଭିତରେ ଥିବା ମହରମ ରାସ୍ତାକୁ ନିଜସ୍ୱ ଖର୍ଚରେ ଗ୍ରାମର ଯୁବକ ମାନଙ୍କ ଦ୍ୱାରା ଅଳ୍ପ ମାତ୍ରା ରେ ଯିବା ଆସିବା ଉପଯୁକ୍ତ କରିଛନ୍ତି। 1999 ମସିହା ଠାରୁ ଆଜି ପର୍ଯ୍ୟନ୍ତ ଏହି ରାସ୍ତା ନବୀକରଣ ହୋଇପାରି ନାହିଁ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଗ୍ରାମରେ ବସବାସ କରୁଥିବା 1000ରୁ ଉର୍ଦ୍ଧ୍ବ ଗ୍ରାମବାସୀଙ୍କୁ ମୌଳିକ ସୁବିଧା ଯୋଗାଇଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ଆଜିର କରୋନା ପରିସ୍ଥିତିରେ ଗ୍ରାମ ଭିତରକୁ ଆମ୍ବୁଲାନ୍ସଟିଏ ଆସିପାରୁନାହିଁ କିମ୍ବା ମୋଟର ସାଇକେଲଟିଏ ମଧ୍ୟ ବାହାରିପାରୁନି। ଅସରାଏ ବର୍ଷାରେ ରାସ୍ତାଘାଟ ନାଳ ସଦୃଶ୍ୟ ଦେଖାଯାଉଛି। ଗ୍ରାମବାସୀ ମାନେ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଦୀର୍ଘ ବର୍ଷ କେବଳ ପ୍ରତିଶ୍ରୃତି ମିଳୁଛି ସିନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଗ୍ରାମବାସୀ ମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

ଭଦ୍ରକରୁ ଆଶିଷ ରଞ୍ଜନ ପତିଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *